ଟ୍ରିପଲ ତଲାକ ଯୋଗୁଁ ମୁସଲିମ ମହିଳା ରେଡଲାଇଟ ଅଂଚଳରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ହୁଲୁସ୍ତୁଲୁ

Published By : Prameya-News7 Bureau | August 01, 2019 IST

ଭୁବନେଶ୍ବର୧|୮: ବିଧାନ ସଭାରେ ମୁସଲିମ ମହିଳାଙ୍କୁ ନେଇ ଜଙ୍ଗ୍ । ଟ୍ରିପଲ ତଲାକ ଭଳି କଳା ପରମ୍ପରା ଯୋଗୁଁ ମୁସଲିମ ମହିଳା ମାନେ ପ୍ରଷ୍ଟିଚ୍ୟୁସନ ଭଳି ଘୃଣ୍ୟକାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ବିଜେପି ନେତା କହିବା ପରେ ବିଧାନ ସଭା ଉଠିଛି ପଡିଛି । ଶୂନ୍ୟକାଳରେ ଟ୍ରିପଲ ତଲାକ ବିଲକୁ ବିଜେଡି କାହିଁକି ସମର୍ଥନ କଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇବା ପରେ ବିଜେପି ନେତାଙ୍କ ଏଭଳି ବୟାନକୁ ଗଣ୍ଠି କରିଛନ୍ତି କଂଗ୍ରେସ ଓ ବିଜେଡି ସଦସ୍ୟ । ଯାହାକୁ ନେଇ ଆଜି ବିଧାନସଭା ସମସ୍ତ କାର୍ଯ୍ୟ ଧୋଇଯାଇଛି।

{"id":139760}

ଟ୍ରିପଲ ତଲାକ ବିଲ୍ ପାର୍ଲାମେଣ୍ଟରେ ପାସ୍‌ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିସାରିଲାଣି । ଆଇନରେ ପରିଣତ ହେଲାଣି କିନ୍ତୁ ଏହାକୁ ନେଇ ରାଜନୀତି  ୪୪୦ ଭୋଲ୍‌ଟର ଚାଲିଛି । ବିଧାନସଭାରେ ବିଷ୍ଣୁ ଉବାଚ ଲଗାଇଛି ନିଆଁ । ଟ୍ରିପଲ ତଲାକ ଉପରେ ଗୃହରେ ଆଲୋଚନା ବେଳେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦେଇଥିବା ବୟାନକୁ ଗଣ୍ଠି କରିଛି କଂଗ୍ରେସ ଓ ବିଜେଡି।

{"id":139761}

 ବିଷ୍ଣୁ କହିଥିଲେ ଟ୍ରିପିଲ ତଲାକ ଭଳି କୁସଂସ୍କାର ଯୋଗୁଁ ବିବାହିତ ମୁସଲିମ ମହିଳା ମାନେ କମ୍ ବୟସରୁ ଘରଛାଡିବାକୁ ବାଧ୍ୟ ହେଉଛନ୍ତି। ସ୍ଥିତି ଏମିତି ହେଉଛି ସେମାନେ ରେଡ୍ ଲାଇଟ ଅଞ୍ଚଳରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ସର୍ବେକ୍ଷଣ ଓ ଗଣ ମାଧ୍ୟମ ରିପୋର୍ଟରୁ ଏହା ସ୍ପଷ୍ଟ ବୋଲି ବିଷ୍ଣୁ ଯୁକ୍ତି ବାଢିଛନ୍ତି ।

{"id":139762}

ଏହାକୁ ନେଇ ବିଧାନସଭାରେ ବବାଲ ସୃଷ୍ଟିହୋଇଥିଲା । ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ସଦସ୍ୟ ମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ। ବିଷ୍ଣୁଙ୍କ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବିକରିଥିଲେ । ବାଚସ୍ପତି ଏହାକୁ ସମୀକ୍ଷା କରିବେ କହିବାରୁ ବିରୋଧି କଂଗ୍ରେସ ଓ ବିଜେଡି ହଟଗୋଳ କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଥିଲା । ସର୍ବଦଳୀୟ ବୈଠକରୁ ବି କିଛି ନିର୍ଯ୍ୟାସ ବାହାରି ନଥିଲା । ….

{"id":139763}

କଂଗ୍ରେସ ଓ ବିଜେଡି ସଦସ୍ୟ କାହିଁକି ତାଙ୍କ କଥାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବି କରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଷ୍ଣୁ । କହିଛନ୍ତି ଯେଉଁ ବିଜେଡି ଏହି ବିଲ୍ କୁ ସଂସଦରେ ସମର୍ଥନ କଲା ବିଧାନସଭାରେ କାହିଁକି ଓଲଟା ଷ୍ଟାଣ୍ଡ ନେଉଛି ଦଳ ବୋଲି ସେ ପ୍ରଶ୍ନ କରିଥିଲେ । ସେପଟେ ବିଷ୍ଣୁ କ୍ଷମା ନମାଗିଲେ କଂଗ୍ରେସ ଲୋୟର ପିଏମଜିରେ ଧାରଣା ଦେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

{"id":139764}

ତେବେ ଆଣ୍ଟି ଟ୍ରିପିଲ୍‌ ତଲାକ ବିଲ୍‌ ଆଇନରେ ପରିଣତ ହୋଇସାରିଥିଲେ ବି ବିତର୍କ କିନ୍ତୁ ଥମୁନାହିଁ । ଏତିକି ବେଳେ ବିଷ୍ଣୁଙ୍କ ବଚନ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରିଛି।

{"id":139765}

ସବୁଠୁ ବଡ କଥା ହେଉଛି ଟ୍ରିପଲ ତଲାକ ବିଲ୍ ର ଉପଯୋଗିତା ବିତର୍କରୁ ଓହରି ଯାଇ ସବୁ ଦଳ ମୁସଲିମ ମହିଳାଙ୍କ ରେଡ ଲାଇଟ ଅଂଚଳରେ କାମ କରୁଥିବା କଥାରେ ଅଟକି ଯାଇଛନ୍ତି । ବାଚସ୍ପତି ବି କଣ ରୁଲିଂ ଦେବେ ତାହା ବାରମ୍ବାର ସର୍ବଦଳୀୟ ବୈଠକ ବସିଥିଲେ ବି ଛିଣ୍ଡି ପାରିନଥିଲା ।…

{"id":139766}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.