ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପତ୍ନୀଙ୍କୁ ନିର୍ବାଚନ ଲଢ଼ାଇଥିବା ବିଜେପି ବିଧାୟକଙ୍କୁ ଜେଲ୍‌ ପଠାଇଲେ କୋର୍ଟ

Published By : Prameya-News7 Bureau | July 13, 2021 IST

ଜୟପୁର, ୧୩/୦୭: ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପତ୍ନୀଙ୍କୁ ନିର୍ବାଚନ ଲଢ଼ାଇଥିବା ମାମଲାରେ ଉଦୟପୁର ସଲୁମ୍ୱର ବିଧାନସଭା ମଣ୍ଡଳର ବିଜେପି ବିଧାୟକ ଅମୃତ ଲାଲ୍‌ ମୀନାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଯାଇଛି । ଅମୃତ ଲାଲ୍ ୨୦୧୫ରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ତାଙ୍କ ପତ୍ନୀ ଶାନ୍ତି ମୀନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଛିଡ଼ା କରିଥିଲେ ।

ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା । ଯାଞ୍ଚ ସମୟରେ ବିଧାୟକଙ୍କର ଏଥିରେ ହାତ ଥିବା ଜଣାପଡ଼ିଥିଲା । ଯାହାକୁ ନେଇ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଏହାର ବିଚାର କରି କୋର୍ଟ ତାଙ୍କ ଜାମିନ୍‌ ଖାରଜ୍‌ କରିଦେଇଥିବା ବେଳେ ବିଚାର ବିଭାଗୀୟ କୋର୍ଟକୁ ତାଙ୍କୁ ପଠାଇ ଦିଆଯାଇଛି ।

ବିଧାୟକଙ୍କୁ ଗିରଫ କରିବା ନେଇ କୋର୍ଟ ପୂର୍ବରୁ ଆଦେଶ ଦେଇଥିଲେ । କୋର୍ଟଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଧାୟକ ଏଡିଜେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

କହିରଖୁଛୁ ଯେ, ସୋମାରୀର ସରପଞ୍ଚ ଶାନ୍ତିଦେବୀ ବିରୋଧରେ ଏଜିଏମ୍‌ କୋର୍ଟରେ ପଦ ରଦ୍ଦ କରିବା ନେଇ ଆବେଦନ କରାଯାଇଥିଲା । ଏଥିରେ ସେ ପଞ୍ଚମ  ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନେଇ ଜାଲ୍‌ ମାର୍କସିଟ୍‌ ଦାଖଲ କରାଯାଇଥିବା ଦର୍ଶାଯାଇଥିଲା । ଏଥିରେ ବିଧାୟକଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.