Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ପଇସା ଦେଇ ନିଜ ନିଜ ଅଞ୍ଚଳରେ ଟିକା ନେବେ ବିଜେପି ମନ୍ତ୍ରୀ, ସାଂସଦ ଓ ବିଧାୟକ

1/03/2021 at 8:36 PM

ନୂଆଦିଲ୍ଲୀ ୦୧/୦୩ : ଭାରତରେ କରୋନା ମହାମାରୀ ବରୋଧରେ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି । ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍‌ସରେ ପହଞ୍ଚି ପ୍ରଥମେ ଟିକା ନେଇ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣର ଶୁଭାରମ୍ଭ କରିଥିଲେ । ଭାରତ ବାୟୋଟେକ୍‌ ଦ୍ବାରା ନିର୍ମିତ କୋଭାକ୍ସିନ୍‌ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଟିକା ନେଇଛନ୍ତି ।

ଅନ୍ୟପଟେ ବିଜେପି କହିଛି ଯେ, ଦଳର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଆସନ୍ତା ସପ୍ତାହେ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ନେ​‌ବେ । ଦଳ ତରଫରୁ ନିର୍ଦେଶ ଦିଆଯାଇଛି ଯେ, ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେତାମାନେ ନିଜ ନିଜ ଅଞ୍ଚଳରେ ପଇସା ଦେଇ ଟିକା ଲଗାଇବେ ।

ବିଜେପି ପକ୍ଷରୁ ଏଭଳି ଘୋଷଣା ଏଥିପାଇଁ କରାଯାଇଛି ଯେ, ସରକାରୀ ହସ୍ପିଟାଲରେ ସେହିମାନଙ୍କୁ ଟିକା ମାଗଣଶରେ ମିଳିପାରିବ ଯେଉଁମାନେ ଟିକାର ମୂଲ୍ୟ ଦେବାକୁ ଅକ୍ଷମ ଥିବେ । ଏହା ସହିତ ସମସ୍ତ ନେତାମାନଙ୍କୁ ନିର୍ଦେଶ ଦିଆଯାଇଛି ନିଜ ନିଜ ଅଞ୍ଚଳରେ ଟିକା ନେବା ପାଇଁ କାରଣ ଏହା ହେଲେ ସାଧାରଣ ଲୋକମାନଙ୍କର ଟିକା ଉପରେ ଭରଷା ବୃଦ୍ଧି ପାଇବ ଏବଂ ସେମାନେ ବିନା କୌଣସି ଚାପରେ ଟିକା ନେଇପାରିବେ ।

   Related Posts