Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଉପନିର୍ବାଚନ ପୂର୍ବରୁ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ଏହି ମନ୍ତ୍ରୀ ଦେଲେ ଇସ୍ତଫା, କଂଗ୍ରେସ ଛାଡି ଯୋଗ ଦେଇଥିଲେ ବିଜେପିରେ

22/10/2020 at 11:33 AM

ଭୋପାଳ ୨୨।୧୦: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଜଳ ଉତ୍ସ ମନ୍ତ୍ରୀ ତୁଳସୀରାମ ସିଲାଓ୍ବଟ ଏବଂ ରାଜସ୍ବ ଓ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ସିଲାଓ୍ବଟ ଅକ୍ଟୋବର ୨୦ ତାରିଖରେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଶିବରାଦ ସିଂ ଚୌହାନଙ୍କୁ ପଠାଇ ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ସେ ସ୍ବଇଚ୍ଛାରେ ମନ୍ତ୍ରୀପଦ ଛାଢିଥିବା ପ୍ରକାଶ କରିଛନ୍ତି । ୨୦ ଅକ୍ଟୋବର ଅପରାହ୍ନରେ ତାଙ୍କ ଇସ୍ତଫା ପତ୍ର ସ୍ବୀକାର କରିନେବା ପାଇଁ ସେ ଅନୁରୋଧ ମଧ୍ୟ କରିଥିଲେ । ବୁଧବାର ଦିନ ଏହି ଇସ୍ତଫା ପତ୍ର ସଂପର୍କରେ ଜଣାପଡିଛି ।

ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ରାଜନୀତିରେ ବହୁତ କିଛି ପରିବର୍ତ୍ତନ ହେଉଥିବା ନଜରକୁ ଆସିଛି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ବିଧାୟକ ନଥାଇ ମଧ୍ୟ ସିଲାଓ୍ବଟ ମନ୍ତ୍ରୀ ହୋଇଥିଲେ । ନିୟମ ଅନୁସାରେ କୌଣସି ବ୍ୟକ୍ତି ବିଧାୟକ ନହୋଇଥିଲେ ସେ ମାତ୍ର ୬ମାସ ପାଇଁ ମନ୍ତ୍ରୀ ଭାବେ ରହିପାରିବେ ।

ମଧ୍ୟ ପ୍ରଦେଶରେ ୨୮ ଆସନରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ସିଲାଓ୍ବଟଙ୍କୁ ଇନ୍ଦୋର ଜିଲ୍ଲା ସାମ୍ବେର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ତାଙ୍କ ବିପକ୍ଷରେ କଂଗ୍ରେସ ଦଳରୁ ପ୍ରେମଚାନ୍ଦ ଗୁଡ୍ଡୁ ନିର୍ବାଚନ ଲଢୁଛନ୍ତି । ରାଜ୍ୟରେ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ନଭେମ୍ବର ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ । ସେହିଭଳି ରାଜପୁତଙ୍କୁ ସୁରଖି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି ।

ସୂଚନଯୋଗ୍ୟ ଯେ, ସାମ୍ବେର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ତୁଳସୀ ସିଲାଓ୍ବଟ ୨୦୧୮ରେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ସେ ତତ୍କାଳୀନ କମଳନାଥ ସରକାରରେ ମନ୍ତ୍ରୀ ହୋଇଥିଲେ । ରାଜନୀତିକ ଘଟଣାକ୍ରମ ଅନୁସାରେ ମାର୍ଚ୍ଚ ମାସରେ ସିଲାଓ୍ବଟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦଅନୁସରଣ କରି ବିଜେପିରେ ଯୋଗଦେଇଥିଲେ ।

ସୂଚନା ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୧୬୪(୪) ଅନୁଯାୟୀ କୌଣସି ମନ୍ତ୍ରୀ ଯିଏ ଲଗାତର ୬ ମାସ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାରେ ସଦସ୍ୟ ନଥିବେ ତେବେ ସେହି ସମୟସୀମା ଶେଷ ହେବା ପରେ ତାଙ୍କ ମନ୍ତ୍ରୀ ପଦ ରହିବନାହିଁ ।

ଦୀର୍ଘ ୭ ମାସ ପୂର୍ବରୁ ସରକାର ପରିବର୍ତ୍ତନ ପରେ ଏହି ଦୁଇ ଜଣଙ୍କୁ ବିଧାନସଭାର ସଦସ୍ୟତା ବିନା ୨୧ ଅପ୍ରେଲରେ ଶିବରାଜଙ୍କ ୫ ସଦସ୍ୟ ବିଶିଷ୍ଟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା । କୋଭିଡ୍ ୧୯ ଅନୁସାରେ ସେବେଠାରୁ ଉପନିର୍ବାଚନ ନହେବା କାରଣରୁ ଉଭୟ ଏପର୍ଯ୍ୟନ୍ତ ବିଧାୟକ ହୋଇପାରିଲେନାହିଁ । ଯେଉଁ କାରଣରୁ ସେମାନଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି ।

   Related Posts