କାହିଁକି ବଢୁଛି ଦରଦାମ ? ବିଜେପି ମନ୍ତ୍ରୀଙ୍କ ଜବାବ- ନେହେରୁ ଦାୟୀ

Published By : Prameya-News7 Bureau | July 31, 2021 IST

ଭୋପାଳ ୩୧।୦୭: ବିଜେପିର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶ ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ବିଶ୍ଵାସ ସାରଙ୍ଗଙ୍କ ବିବାଦୀୟ ବୟାନ। କହିଲେ ଦେଶର ବିଗିଡିଥିବା ଅର୍ଥ ବ୍ୟବସ୍ଥା ପାଇଁ ଜବାହରଲାଲ ନେହେରୁ ଦାୟୀ। ଶନିବାର ଏମିତି ମନ୍ତବ୍ୟ ଦେଇଛନ୍ତି ବିଜେପି ମନ୍ତ୍ରୀ। ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ସେ ସାଂପ୍ରତିକ ଦରବୃଦ୍ଧି ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି।

ସେ  କହିଛନ୍ତି, ସ୍ଵାଧୀନତା ପରେ ଦେଶର ଅର୍ଥବ୍ୟବସ୍ଥାକୁ କୁଠାରଘାତ କରି ମହଙ୍ଗା ବଢାଇବାର କାମ ଯଦି କିଏ କରିଥାଏ, ତାର ସମସ୍ତ ଶ୍ରେୟ ନେହେରୁ ପରିବାରକୁ ଯିବ। ମହଙ୍ଗା ଦିନେ କି ଦୁଇ ଦିନରେ ବଢେ ନାହିଁ, ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଦିନେ ଦୁଇ ଦିନରେ ଦୃଢ ହୁଏ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ୧୯୪୭ ଅଗଷ୍ଟ ୧୫ରେ  ଲାଲ କିଲ୍ଲା ପ୍ରାଚୀରରୁ ଜବାହରଲାଲ ନେହେରୁ ଯେଉଁ ଭାଷଣ ଦେଇଥିଲେ, ସେହି କାରଣରୁ ଦେଶର ଅର୍ଥବ୍ୟବସ୍ଥା ବିଗିଡିଛି।

ବିଶ୍ଵାସ ସାରଙ୍ଗ ପୂର୍ବରୁ ମଧ୍ୟ ନେହେରୁଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଅନେକ ସମୟରେ ନେହେରୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଦେଶରେ ଅନେକ ବିଫଳତାର ଦୋଷ ସେ ନେହେରୁଙ୍କ ଉପରେ ଦେଇଛନ୍ତି। ଏବେ ମହଙ୍ଗାକୁ ନେଇ ଦେଇଥିବା ବିବାଦୀୟ ବୟାନ କାରଣରୁ ସେ ଟ୍ରୋଲର ଶିକାର ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର  ବିଧାୟକ ନରେଶ ବାଲିୟାନ କହିଛନ୍ତି, ଆପଣଙ୍କ ପରି ମନ୍ଦ ବୁଦ୍ଧି ଲୋକଙ୍କୁ ଧରାପୃଷ୍ଠକୁକ ଆଣିବାର ଭୁଲ ମଧ୍ୟ ନେହେରୁ କରିଥିଲେ। ଏହି ଧରଣର ମନ୍ଦବୁଦ୍ଧିର ଲୋକ ଆମ ଦେଶରେ ରାଜ କରୁଥିବା ବଲିୟାନ କହିଛନ୍ତି।

wp:html /wp:html

ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ମଧ୍ୟ ପ୍ରଦେଶ କଂଗ୍ରେସ ଦୃଢ ଭାବେ ନିନ୍ଦା କରିଛି। କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସଲୁଜା ବିଜେପି ନେତାଙ୍କୁ ତାତ୍ସଲ୍ୟ କରି ଟ୍ଵିଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.