Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନୟାଗଡ଼ରେ ବିଜେପିର ମେଗା ଶୋ’ : ଯୋଗଦେଲେ ରାଜୁ ଶ୍ରୀବାସ୍ତବ, ଭୋଟ ପାଇଁ ମଂଚରେ ଲୋକଙ୍କୁ ମୁଣ୍ଡିଆ ମାରିଲେ ସମ୍ବିତ

8/04/2019 at 11:07 AM

ନୟାଗଡ଼ ୮/୪ : ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବ।ଚନ ପାଇଁ ନୟାଗଡ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଆରମ୍ଭ କରିସାରିଲେଣି । ଏହି ନିର୍ବ।ଚନ ମଣ୍ଡଳୀର ଓଡଗଁ।ଠାରେ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ସହରର ମହୋତ୍ସବ ପଡିଆଠାରେ ଏକ ସାଧାରଣ ସଭା ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ନୟାଗଡର ବିଧାନସଭା ପ୍ରାର୍ଥୀ ଇରାନୀ ରାୟ, ପୁରୀ ଲୋକସଭା ପ୍ରାର୍ଥୀ ଡା.ସମ୍ବିତ୍ ପାତ୍ର, କନ୍ଧମାଳ ସାଂସଦ ପ୍ରତ୍ୟୁଷା ସିଂ, ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ୍, ସିନେ କଳାକାର ଶ୍ରୀତମ୍ ଦାସ, ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦେଇଥିଲେ ।

ନୟାଗଡ ସହର ଠାରୁ ଉଭୟ ପ୍ରାର୍ଥୀ ବାଇକ୍ ଶୋଭାଯାତ୍ରାରେ ବାହରି ଓଡଗଁ। ମହୋତ୍ସବ ପଡିଆଠାରେ ପହଞ୍ଚିଥିଲେ । ଜିଲ୍ଲାରୁ ଗୁଣ୍ଡାଗର୍ଦ୍ଦି, ଅରାଜକତା ଲୋପ କରିବାକୁ ଏଥର ଉଭୟ ଲୋକସଭା ଏବଂ ବିଧାନସଭା ଆସନପାଇଁ ଭାଜପାର ଚିହ୍ନ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବାକୁ ନେତାମାନେ ଭୋଟରଙ୍କୁ ଅନୁରୋଧ କରିଥିଲେ ।

ବିଜେପି ଶାସନ କ୍ଷମତାକୁ ଆସିଲେ ୨ ମାସ ମଧ୍ୟରେ ବନ୍ଦ ଥିବା ନୟାଗଡ ଚିନିକଳକୁ ଚାଲୁ କରିବା ସହ ଜିଲ୍ଲାରେ ଏକ କାଗଜକଳ ପ୍ରତିଷ୍ଟା କରାଯିବ ଏବଂ ପ୍ରତ୍ୟେକ ବଡ ପଞ୍ଚାୟତରେ ଶିତଳ ଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସଭାରେ ପ୍ରତିଶୃତି ଦେଇଥିଲେ ।

ସ୍ଥାନୀୟ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଚିଟ୍ ଫଣ୍ଡ୍ ଦୁର୍ନୀତିରେ ସମ୍ପୃକ୍ତ ରହି ବେନାମୀ ସମ୍ପତ୍ତି କରିଥିବା ବିଜେପି ନେତା ଅବିଯୋଗ କରିଥିଲେ ।

ସେହିପରି କନ୍ଧମାଳ ସାଂସଦ ପ୍ରତ୍ୟୁଷା ସିଂ ନୟାଗଡର ସ୍ବାଭିମାନ ରକ୍ଷା ପାଇଁ ଏଥର ବିଜେପିକୁ ଭୋଟଦେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ୩୦ରୁ ଅଧିକ ବିଜେଡି ଏବଂ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ ।

   Related Posts