Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ମେଗା ପ୍ଲାନ୍: ନିଯୁକ୍ତ କଲା ୯୫୦୦ ଆଇଟି ସେଲ୍ ମୁଖ୍ୟ, ୭୨ ହଜାର ହ୍ୱାଟସଆପ୍ ଗ୍ରୁପରେ କରାଯିବ ପ୍ରଚାର

1/07/2020 at 9:58 PM

ପାଟନା, ୦୧|୦୭:  ବିଭିନ୍ନ ରାଜ୍ୟରେ ୬୦ଟି ସଫଳ ଭରଚ୍ୟୁଆଲ୍ ରାଲି କରିବା ପରେ ବିଜେପି ଏବେ ବିହାର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦଲ ଏଥିପାଇଁ ଡିଜିଟାଲ୍ କ୍ୟାମ୍ପେନିଂକୁ ଜୋରଦାର କରିବାକୁ ୯୫୦୦ ଆଇଟି ସେଲ୍ ହେଡଙ୍କୁ ନିଯୁକ୍ତ କରିଛି ।

ଏହି ଆଇଟି ସେଲ୍ ହେଡମାନେ ବିଜେପିର ବାର୍ତ୍ତାକୁ ବିହାରବାସୀଙ୍କ ନିକଟରେ ପହଁଚାଇବେ । ଏପରିକି ବିଜେପି ପାଇଁ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରିବେ । ଏହାସହ ଦଳ ପକ୍ଷରୁ ୭୨ ହଜାର ହ୍ୱାଟସଆପ୍ ଗ୍ରୁପ ପ୍ରସ୍ତୁତ କରାଯାଇଛି । ଏହି ଗ୍ରୁପରେ ଦଳର ସମସ୍ତ ଆଭିମୁଖ୍ୟ ଲୋକଙ୍କ ନିକଟରେ ପହଁଚାଯିବ । କେବଳ ୨ ମାସରେ ଦଳ ୫୦ ହଜାର ହ୍ୱାଟସଆପ୍ ଗ୍ରୁପ୍ ପ୍ରସ୍ତୁତ କରିଛି । ତେବେ ଦଳର ସମସ୍ତ ଆଇଟି ସେଲ୍ ହେଡମାନେ ଜାତୀୟ ଆଇଟି ସେଲ୍ ଅଧ୍ୟକ୍ଷ ଆମିତ ମାଲଭିୟାଙ୍କ ଅଧିନରେ କାମ କରିବେ । ହ୍ୱାଟସଆପ୍ ଗ୍ରୁପକୁ ବୁଥ୍ ସ୍ତରୀୟ କର୍ମୀ ଚଳାଇବେ ।

ବିହାରରେ ବିଜେପି ସାଙ୍ଗଠନିକ ଭାବେ ୫୫୦୦ ମଣ୍ଡଳ ସଭାପତି, ୭୨୦୦୦ ବୁଥ୍ ପ୍ରମୁଖ, ୯୫୦୦ ଶକ୍ତି କେନ୍ଦ୍ର ପ୍ରମୁଖ ରହିଛନ୍ତି । ଏହା ପୂର୍ବ କ୍ୟାମ୍ପେନ୍ ତୁଳନାରେ ଅଧିକ ଡିଜିଟାଲ ହେବାକୁ ଯାଉଛି । କାରଣ କରୋନା ପାଇଁ ଏବେ ଦଳ ସିଧାସଳଖ ଘରକୁ ଘର ବୁଲି କ୍ୟାମ୍ପେନ୍ କରିପାରୁ ନାହିଁ । ଦଳ ଏହି ହ୍ୱାଟସଆପ୍ ଗ୍ରୁପରେ ପ୍ରାୟ ୨ କୋଟି ଭୋଟରଙ୍କ ସହ ଯୋଡି ହେବ ବୋଲି ଲକ୍ଷ୍ୟ ରଖିଛି । ଏନେଇ ବିହାର ବିଜେପି ଆଇଟି ସେଲ୍ ମୁଖ୍ୟ ସୂଚନା ଦେଇଛନ୍ତି । ଏପରିକି ୨ରୁ ୩ କୋଟି ଭୋଟରଙ୍କ ସହ ଯୋଡିହେଲେ ଟିଭି, ପେପରେ ବିଜ୍ଞାପନ ଦେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

   Related Posts