ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେଇଥିବା ଟ୍ୟାସ୍କର କାର୍ଯ୍ୟକାରିତା ନେଇ ସମୀକ୍ଷା

Published By : Prameya-News7 Bureau | August 05, 2018 IST

ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ୨୧ଟି ଲୋକସଭା କ୍ଷେତ୍ରର ପ୍ରଭାରୀମାନଙ୍କୁ ନେଇ ବୈଠକ ହେଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟ୍ୟାସ୍କର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଉଛି ।ସଙ୍ଗଠନ ସମ୍ପାଦକ ସୌଦାନ ସିଂହ ସମୀକ୍ଷା କରୁଛନ୍ତି ।ସମୀକ୍ଷାରେ ରାଜ୍ୟ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ଏହି ବୈଠକ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେଇଥିବା ଟ୍ୟାସ୍କର ୮୦ ପ୍ରତିଶତ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ବିରୋଧରେ ଥିବା ଜନମତ ବୁଥ୍ ସ୍ତରରେ ପହଞ୍ଚାଯାଇଛି । ଏଥର ରାଜ୍ୟରେ ବିଜେପି ଭଲ ରେଜଲ୍ଟ କରିବ ବୋଲି ଜୁଏଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.