ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା : ଆସନ୍ତା ୫ରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା
3/11/2019 at 12:47 PM

ଭୁବନେଶ୍ବର ୩।୧୧: ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାକୁ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା । ଗତକାଲି ମହିଳା କମିଶନ କେସ୍ କ୍ଲେ।ଜ୍ ହେ।ଇଗଲା ବେଲି କହିଥିଲେ । ଏହାର ପ୍ରତିବାଦରେ ଆସନ୍ତା ୫ତାରିଖରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା । ଘଟଣାରେ ପୁଣିଥରେ ଏସପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏଥିସହ ସିବିଆଇ ତଦନ୍ତ ଦାବି କରିଛି ।
ଅନ୍ୟପଟେ କେନ୍ଦ୍ରାପଡାରେ ମହିଳାଙ୍କୁ ଅସଦାଚରଣ ପ୍ରସଂଗରେ ଆସନ୍ତା ୫ ତାରିଖରେ ପୀଡିତାଙ୍କ ପରିବାରକୁ ଭେଟିବା ସହ କେନ୍ଦ୍ରାପଡାରେ ବିକ୍ଷୋଭ କରିବ ମହିଳା ମେ।ର୍ଚ୍ଚା । ଏନେଇ ଅଧିକ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ।