Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମହାରଥୀଙ୍କ ବୟାନକୁ ନେଇ ବିଜେପି ଦାବି କଲା ମନ୍ତ୍ରୀମଣ୍ଡଳରୁ ବହିଷ୍କାର

27/12/2018 at 12:23 PM

ଭୁବନେଶ୍ବର ୨୭|୧୨: ପିପିଲି ଗଣଷ୍କର୍ମ ଓ ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ ଔଦ୍ଧତ୍ୟର ସୀମା ଟପିଛି ବୋଲି ବିଜେପି କହିଛି । ଏହା ମହିଳା ଓ ଦଳିତ ବିରୋଧୀ ମତ । ୨୪ ଘଣ୍ଟା ଭିତରେ ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ରାଜରାସ୍ତାରେ ହେବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଆଜିଠୁ ସପ୍ତାହେ ବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବ । ଆଜି ସନ୍ଧ୍ୟାରୁ ସମସ୍ତ ସହରାଞ୍ଚଳରେ ମହମବତୀ ଶୋଭାଯାତ୍ରା କରାଯିବ । ଘଟଣାରେ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି ବିଜେପି । ପୀଡିତା ପରିବାରକୁ ଭେଟିବାକୁ ଏକ ପ୍ରତିନିଧି ଦଳ ବାହାରିଛି ବୋଲି ଏକ ପ୍ରେସମିଟ୍ ରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ଏ ନେଇ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା । ପିପିଲି ପୀଡିତା ବେବିନାକୁ ନ୍ୟାୟ ମିଳିଛି କହିବା ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ମହିଳା ସଶକ୍ତିକରଣ, ମିଶନ ଶକ୍ତି, ମହିଳା ସଂରକ୍ଷଣ କଥା କହି ନିଜ ପ୍ରଶଂସାରେ ଲାଗିଛନ୍ତି ରାଜ୍ୟ ସରକାର । ମାତ୍ର ତାଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟକୁ ସାଢେ ୪ କୋଟି ଓଡିଶାବାସୀ ବିରୋଧ କରନ୍ତୁ ବୋଲି ସେ କହିଛନ୍ତି ।

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଗତ ୨୪ତାରିଖରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ତେବେ ୨ ଅଭିଯୁକ୍ତ ଭାଇ ନିର୍ଦ୍ଦୋଷରେ ଖଲାସ ହେବା ପରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଲା ବୋଲି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ। ତେବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମାମଲାରେ ଦୋଷୀକୁ ପ୍ରଶୟ ଦେବା ନେଇ ମନ୍ତ୍ରୀ ମହାରଥୀଙ୍କ ନାଁରେ ଅଭିଯୋଗ ଥିଲା । ଆଉ କୋର୍ଟଙ୍କ ରାୟ ଆସିବା ପରେ ମହାରଥୀଙ୍କ ବୟାନକୁ ନେଇ ଚର୍ଚ୍ଚା ଚାଲିଛି । 

୨୦୧୧ ନଭେମ୍ବର ୨୯ । ପିପିଲି ଥାନା ଅର୍ଜୁନଗୋଦା ଗାଁର ବେବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି କୋମାରେ ପଡ଼ି ଚିକିତ୍ସିତ ହେଉଥିଲେ । ୬ ମାସ ଧରି କଟକ ଏସ୍‌ସିବି ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେବାପରେ ଜୁନ୍‌ ୨୧, ୨୦୧୨ରେ ଆଖିବୁଜିଥିଲେ ୧୯ ବର୍ଷୀୟା ପିପିଲି ଗଣବଳାତ୍କାର ପୀଡ଼ିତା ବେବିନା ବେହେରା । ବେବିନାଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଥିଲା ଚହଳ । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । ପରେ ଅବଶ୍ୟ ଅମୂଲ୍ୟ ଚମ୍ପତ୍ତିରାୟ ଏହା ବିରୋଧରେ ସ୍ୟାଟ୍‌ରେ ଆବେଦନ କରିଥିଲେ । ସ୍ୟାଟ୍ ଏବଂ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁଣିଥରେ ଚାକିରୀରେ ଅବସ୍ଥାପିତ କରାଯାଇଥିଲା ।  ଏହି ମାମଲାର ତଦନ୍ତ ପାଇଁ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ ହୋଇଥିବା ବେଳେ କମିଶନ ୨୦୧୬ ମାର୍ଚ୍ଚ ୩୦ରେ ୪୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।  ଏହି ରିପୋର୍ଟର ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଦାବି କରାଯାଇଥିଲା ।

   Related Posts