ପିପିଲି ଗଣଦୁଷ୍କର୍ମ ମାମଲା ; ବିଜେପି ମହିଳା ମୋର୍ଚ୍ଚାର କ୍ରାଇମ୍‌ବ୍ରାଞ୍ଚ ଅଫିସ୍ ଘେରାଉ, ୩୦୦କର୍ମୀ ଅଟକ

Published By : Prameya-News7 Bureau | December 31, 2018 IST

କଟକ ୩୧|୧୨:  ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିନଥିବାରୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କ୍ରାଇମବ୍ରାଞ୍ଚର ତ୍ରୁଟିପୂର୍ଣ୍ଣ ତଦନ୍ତ ଯୋଗୁଁ ଏହି ମାମଲାରେ ୨ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା । କ୍ରାଇମବ୍ରାଞ୍ଚ ଜାଣିଶୁଣି ୨ ଅଭିଯୁକ୍ତଙ୍କ ବିରୋଧରେ ଠିକ୍ ଭାବେ ତଥ୍ୟ ପ୍ରମାଣ ଯୋଗାଡ଼ କରିନଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିବା ସମୟରେ ପୋଲିସ ସହ ଧସ୍ତା ଧସ୍ତି ହୋଇଛି । ପ୍ରାୟ ୩୦୦ରୁ ଅଧିକ ମହିଳା ମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଛି ପୋଲିସ । କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ମହିଳା ମୋର୍ଚ୍ଚା କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.