ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି

Published By : Prameya-News7 Bureau | December 04, 2019 IST

ଭୁବନେଶ୍ବର ୪।୧: ରାଜ୍ୟରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ଯାତନା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ନାରୀ ସୁରକ୍ଷା ଦାବି କରି ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ । ଯେହେତୁ ମହିଳାଙ୍କ ଦୁଷ୍କର୍ମ ପ୍ରସଙ୍ଗରେ ରାଜନୀତି ନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ରାଲିରେ ବାହାରିଥିଲା ବିଜେପି ମହିଳା ମୋର୍ଚ୍ଚା ।

{"id":193734,"sizeSlug":"large"}

ବିଜେପି ନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀଙ୍କ ନେତୃତ୍ବରେ ଶତାଧିକ କର୍ମୀ ନବୀନ ନିବାସ ଆଡକୁ ଶୋଭାଯାତ୍ରାରେ ଯାଉଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକାଇଥିଲା । ଫଳରେ ମହିଳା ମୋର୍ଚ୍ଚା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

{"id":193737,"sizeSlug":"large"}

ଏପରିକି ସେମାନଙ୍କୁ ପୋଲିସ ଅଟକାଇବାରୁ କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇଥିଲେ । ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ନାରାବାଜି କରିଥିଲେ । ପୋଲସ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ବେଳେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛି ବିଜେପି ମହିଳା ମୋର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.