ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ; ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ୧୨ଘଣ୍ଟିଆ କୋଣାର୍କ ବନ୍ଦ

Published By : Prameya-News7 Bureau | October 26, 2018 IST

ପୁରୀ ୨୬|୧୦: ଆଜି ୧୨ଘଣ୍ଟିଆ କୋଣାର୍କ ବନ୍ଦ । କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ  ନେଇ ବିଜେପି ମହିଳା ମୋର୍ଚ୍ଚା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ବିଜେପିର ଶତାଧିକ କର୍ମୀ କୋଣାର୍କର ସମସ୍ତ ରାସ୍ତା ଘାଟ, ଦୋକାନ ବଜାର ଓ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ବନ୍ଦ କରିଛନ୍ତି l ରାସ୍ତାରେ ଟାୟାର ଜାଳି ମଧ୍ୟ ପ୍ରତିବାଦ କରୁଛନ୍ତି ବିଜେପି ମହିଳା ମୋର୍ଚ୍ଚା କର୍ମୀ । ବନ୍ଦ ପାଳନକୁ ସମର୍ଥନ ଜଣାଇବା ଲାଗି ମହିଳା ମେ।ର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଗତକାଲି ସଂଧ୍ୟାରେ ମାଜିପୁର ଛକରୁ ଏକ ବାଇକ୍ ଶେ।ଭାଯାତ୍ରା କେ।ଣାର୍କ ବଜାର ପରିକ୍ରମା କରିଥିଲା। ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ପ୍ରାୟ ୧୦ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିପାରିନାହିଁ l ଫଳରେ ବିଜେପି ମହିଳା ମୋର୍ଚ୍ଚା ଏହାର ପ୍ରତିବାଦ କରି ବନ୍ଦ ଡାକରା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.