Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଗୁଜରାଟରେ ଫେରିଲା ‘ପଟେଲ’ ରାଜ,ବିଜେପି ବିଧାୟକ ଦଳର ନିଷ୍ପତ୍ତି, ଭୂପେନ୍ଦ୍ର ପଟେଲ ହେବେ ନୂଆ ମୁଖ୍ୟମନ୍ତ୍ରୀ

12/09/2021 at 4:26 PM

ଗାନ୍ଧିନଗର ୧୨।୯: ଗୁଜରାଟରେ ପୁଣି ‘ପଟେଲ’ ରାଜ ସ୍ଥାପିତ ହେବାକୁ ଯାଉଛି। ରାଜଧାନୀ ଗାନ୍ଧିନଗରସ୍ଥିତ ପାର୍ଟି କାର୍ଯ୍ୟାଳୟ ‘କମଲମ’ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳର ନୂଆ ନେତା ନିର୍ବାଚନ କରାଯାଇଛି। ଏହି ବୈଠକରେ ପ୍ରଦେଶ ବିଜେପି ଅଧ୍ୟକ୍ଷ ସି.ଆର.ପାଟିଲ, କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ଯୋଶୀ ଓ ତରୁଣ ଚୁଗ୍ ମଧ୍ୟ ଉପସ୍ଥିତ ଥିଲେ।

ଗୁଜରାଟ ବିଜେପିରେ ବର୍ଚସ୍ୱ ଲଢେଇର ପରିଣାମ ୨୦୧୭ ବିଧାନସଭା ନିର୍ବାଚନରୁ ଦଳକୁ ଜଣାପଡିଯାଇଥିଲା। ପଟେଲ ସମୂଦାୟର ଅସନ୍ତୋଷ ଯୋଗୁ ଦଳକୁ ଗତ ନିର୍ବାଚନରେ ୧୦୦ ଆସନ ମଧ୍ୟ ସହଜରେ ମିଳିପାରିନଥିଲା। ୧୮୨ ସଦସୀୟ ବିଧାନସଭାରେ ବିଜେପିକୁ ୯୯ଟି ଆସନ ମିଳିଥିଲା। ତେବେ ନିର୍ବାଚନର ବର୍ଷକ ପୂର୍ବରୁ ଆନନ୍ଦି ବେନ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଏହାର ଏକ ମୁଖ୍ୟ କାରଣ ଥିଲା। ପୂର୍ବରୁ ବିଧାନସଭାରେ ମାତ୍ର ୧୬ଟି ଆସନରେ ସୀମିତ ରହୁଥିବା କଂଗ୍ରେସ ୭୭ଟି ଆସନ ପାଇବାକୁ ସକ୍ଷମ ହୋଇଥିଲା।

ଏହି ଫଳାଫଳରୁ ବିଜୟ ରୂପାଣୀଙ୍କ ନେତୃତ୍ୱରେ ବିଜେପି ପରବର୍ତ୍ତି ବିଧାନସଭା ନିର୍ବାଚନ ଲଢିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇସାରିଥିଲା। ସେହି ଅନୁସାରେ ରୂପାଣୀଙ୍କୁ ପଦରୁ ହଟାଇ ଦିଆଯାଇଥିବା ବେଳେ ବିଧାୟକ ଦଳନେତା ଚୟନ ଦାୟିତ୍ୱ ଦଳୀୟ ବିଧାୟକଙ୍କ ଉପରେ ନ୍ୟସ୍ତ କରିଦିଆଯାଇଥିଲା। ଅପରାହ୍ନ ସାଢେ ୩ଟା ବେଳେ କମଲମରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ନିଜ ନେତା ମନୋନୀତ କରିନେଇଛି। ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱଙ୍କୁ ନିଷ୍ପତ୍ତି ଜଣାଇ ଦିଆଯିବା ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।  

   Related Posts