Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମହିଳା କାଉନସିଲରଙ୍କ ସହ ବିଜେପି ବିଧାୟକଙ୍କ ହାତାହାତି, ଭିଡିଓ Viral

12/11/2020 at 7:14 PM

ବେଙ୍ଗାଲୁରୁ ୧୨।୧୧: କର୍ଣ୍ଣାଟକ ମହାଲିଙ୍ଗପୁରା ଟାଉନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ଘଟିଛି ଅଭାବନୀୟ ଘଟଣା। ଏହି ନିର୍ବାଚନରୁ ତାଙ୍କ ଦଳର କାଉନସିଲରଙ୍କୁ ଦୂରେଇ ରଖିବା ଲାଗି ବିଧାୟକ ମାରପିଟ କରିବା ସହ ତାଙ୍କୁ ଅଟକ ରଖିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଜେପି ତେରାଦଲ ବିଧାୟକ ସିଦ୍ଧୁ ସାବଦୀଙ୍କୁ ମହିଳା କାଉନସିଲରଙ୍କୁ  ମାଡ ମାରୁଥିବାର ଦେଖାଯାଇଛି।

ତେବେ ଏହି ଘଟଣା ନଭେମ୍ବର ୯ ତାରିଖର। ଭିଡିଓ ଭାଇରାଲ ହେବା ପରେ ବିଧାୟକ ଏଥିଲାଗି କଂଗ୍ରେସକୁ ଦାୟି କରିଛନ୍ତି। ସୂଚନା ଅନୁସାରେ ବିଜେପି କାଉନସିଲ ସବିତା ହୁରକାଦଲୀ, ଚାନ୍ଦନୀ ନାୟକ ଓ ଗୋଦାବରୀ ବାଟ ମହାଲିଙ୍ଗାପୁର ଟାଉନ ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ। ଏଥିଲାଗି ନିର୍ବାଚନରେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀତା ଲାଗି ଦଳକୁ ବ୍ୟବସ୍ଥା କରିବାକୁ ଜଣାଇଥିଲେ। ହେଲେ ଦଳର ସ୍ଥାନୀୟ ନେତାମାନେ ସେମାନଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

ତେବେ କାଉନସିଲର ସବିତା ହୁରକାଦଲୀ  ଦଳରୁ ସହଯୋଗ ନ ମିଳିବାରୁ ନିଜ ଆଡୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଧାୟକ ସିଦ୍ଧୁ ସାବଦୀ ଉତକ୍ଷିପ୍ତ ହୋଇ ତାଙ୍କୁ ମାରପିଟ କରିଥିଲେ। ଭାଇରାଲ ଭିଡିଓରେ ବିଧାୟକ ମହିଳା କାଉନସିଲଙ୍କୁ ମାରପିଟ କରୁଥିବାର ଦେଖାଯାଉଛି। ଯେଉଁଠି ପୋଲିସ ମଧ୍ୟ ଉପସ୍ଥିତ ଥିଲା। ଦଳୀୟ କାର୍ଯ୍ୟକର୍ତ୍ତା ଅଥବା ପୋଲିସ କେହି ହେଲେବି ସବିତାଙ୍କ ସହାୟତାରେ ଆସିନଥିବା ସବିତା ଅଭିଯୋଗ କରିଛନ୍ତି। ତେବେ ଭିଡିଓ ଭାଇରାଲ ହେବା ପରେ ବିଧାୟକ ସମସ୍ତ ଦୋଷ କଂଗ୍ରେସ ଉପରେ ପକାଇଛନ୍ତି। ସେଦିନର ଅରାଜକତା ସେଠାରେ କଂଗ୍ରେସ ନେତା ଓ କର୍ମୀମାନେ କରିଥିବାର ସେ କହିଛନ୍ତି।

   Related Posts