୯୦ ଆସନରେ ବିଜେଡି, ୩୦ ଆସନରେ ବିଜେପି ଏବଂ ୨୦ ଆସନରେ କଂଗ୍ରେସ ଆଗୁଆ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: ଧିରେ ଧିରେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ବିଜେଡି ୯୦ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୩୦ ଏବଂ କଂଗ୍ରେସ ୨୦ଟି ଆସନରେ ଆଗୁଆ ରହିଛି । ପ୍ରମୁଖ ପ୍ରାର୍ଥୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳିରେ ଆଗୁଆ ରହିଥିବା ବେଳେ ପ୍ରଦୀପ ମହାରଥୀ ପିପିଲି ଆସନରେ ଆଗୁଆ ରହିଛନ୍ତି । ଯାଜପୁର ଆସନରୁ ପ୍ରଣବ ପ୍ରକାଶ ଦାସ, ନୟାଗଡ ଆସନରୁ ଅରୁଣ ସାହୁ, ମହାକାଳପଡା ଆସନରୁ ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗାରୁ ପ୍ରତାପ ଜେନା, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ଚିକିଟିରୁ ଉଷା ଦେବୀ, ଘଷିପୁରାରୁ ବଦ୍ରି ନାରାୟଣ ପାତ୍ର, ସମ୍ବଲପୁରରୁ ରାସେଶ୍ବରୀ ପାଣିଗ୍ରାହୀ, ଝାରସୁଗୁଡାରୁ ନବ କିଶୋର ଦାସ, ଜୟପୁରରୁ ରବି ନାରାୟଣ ନନ୍ଦ, ସୁନ୍ଦରଗଡରେ ଯୋଗେଶ ସିଂ ଆଗୁଆ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.