Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରାଜ୍ୟର ୮ ଲୋକସଭା ଆସନରେ ବିଜେପି ଆଗୁଆ, ଜାଣନ୍ତୁ କିଏ କିଏ…

23/05/2019 at 10:57 AM

ଭୁବନେଶ୍ବର ୨୩|୫: ରାଜ୍ୟର ୨୧ଟି ଲୋକସବା ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ବିଜେପି ୮ଟା ଆସନରେ ଆଗୁଆ ଥିବାବେଳେ ବିଜେଡି ପଛରେ ପଡିଯାଇଛି । ବିଜେଡି ମାତ୍ର ୭ଟା ଆସନରେ ଆଗୁଆ ରହିଛି । ସୂଚନାଯୋଗ୍ୟ ଯେ, ୨୦୧୪ରେ ବିଜେଡି ୨୧ଟି ଆସନରୁ ୨୦ଟିରେ ବିଜୟୀ ହୋଇଥିଲା । କେବଳ ସୁନ୍ଦରଗଡ ଆସନରୁ ବିଜେପିର ଜୁଏଲ ଓରାମ୍ ବିଜୟୀ ହୋଇଥିଲେ ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ଏଥର ମଧ୍ୟ ସୁନ୍ଦରଗଡ ାସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗୁଆ ରହିଛନ୍ତି । କଂଗ୍ରେସ-ବାମପନ୍ଥୀ ମେଣ୍ଟ ପ୍ରାର୍ଥୀ ଜର୍ଜ ତୀର୍କୀ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛନ୍ତି ସୁନୀତା ବିଶ୍ବାଳ । ସୁନୀତା ବିଶ୍ବାଳ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ । ସେହିଭଳି ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଆଗୁଆ ରହିଛନ୍ତି । ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଇ ନଳିନୀକାନ୍ତ ପ୍ରଧାନ ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ।

ଅପରପକ୍ଷରେ ନିଜର ପାରମ୍ପରିକ ଆସନ ବଲାଙ୍ଗିଚର ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ । ବରଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ପଛରେ ପଡିଯାଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଆସନରୁ ବିଜେପି  ତାର ପାରମ୍ପରିକ ପ୍ରାର୍ଥୀ ସୁବାସ ଚୌହାନଙ୍କୁ ବଦଳାଇ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ସୁବାସ ଚୌହାନ ବିଜେପି ଛାଡି ବିଜେଡିରେ ଯୋଗଦେଇଥିଲେ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ବରଗଡରେ ପ୍ରଚାର କରିଥିଲେ ।

ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗୁଆ ରହିଛନ୍ତି । ଏଠାରେ ତ୍ରିମୁଖୀ ଲଢେଇ ହୋଇଥିଲା । ସାଂସଦ କଳିକେଶ ସିଂହଦେଓ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ।

ଆଶ୍ଚର୍ଯ୍ୟଜନକ ଭାବେ କନ୍ଧମାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁ ଆଗୁଆ ରହିଛନ୍ତି । ଉତ୍କଳ ଭାରତ ଦଳରେ ତାଲା ପକାଇ ଖାରବେଳ ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦେବା ସହ କନ୍ଧମାଳ ଆସନରୁ ପ୍ରାର୍ଥୀ ହୋଇଥିଲେ । ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ବିଜେଡି ପ୍ରାର୍ଥୀ ନକରିବା ଯୋଗୁଁ ସେ ବିଜେଡି ଛାଡି ବିଜେପିରେ ଯୋଗଦେବା ସହ ବିଜେପି ପାଇଁ ପ୍ରଚାର କରିଥିଲେ । ଖାରବେଳଙ୍କ ପାରମ୍ପରିକ ଆସନ ବାଲେଶ୍ବର । ତେବେ ୨୦୧୪ ନିର୍ବାଚନରେ ସେ ଉତ୍କଳ ଭାରତ ଓ ଆମ ଓଡିଶା ମେଣ୍ଟ ପକ୍ଷରୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ ।

ମର୍ଯ୍ୟଦାଜନକ ଭୁବନେଶ୍ବର ଆସନରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ ପତି ଏବଂ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ଥିବା ଜଣାପଡିଛି ।

ଆଇଏଏସ ପଦବୀରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ ଅପରାଜିତା ଷଡଙ୍ଗୀ । ସେହିଭଳି ମହାରାଷ୍ଟ୍ର କ୍ୟାଡର ଆଇପିଏସ ପଦବୀରୁ ଅବସର ନେବା ପରେ ଅରୁପ ପଟ୍ଟନାୟକ ବିଜେଡିରେ ଯୋଗଦେଇଥିଲେ । ବିଜେଡି ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ଥିବା ପ୍ରସନ୍ନ ପାଟସାଣୀଙ୍କୁ ବଦଳାଇ ତାଙ୍କ ଜାଗାରେ  ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ।

ଢେଙ୍କାନାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରୁଦ୍ର ମାଧବ ପାଣି ଆଗୁଆ ରହିଛନ୍ତି । ସାଂସଦ ତଥାଗତ ଶତପଥୀ ଏଠାରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସରୁ ଏଠାରେ ପ୍ରାର୍ଥୀ ହୋଇଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ , ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି କାମାକ୍ଷା ପ୍ରସାଦ ସିଂହଦେଓ ।

   Related Posts