Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବିଜେପି-୩୪୪, କଂଗ୍ରେସ- ୯୧ ଏବଂ ଅନ୍ୟାନ୍ୟ-୧୦୭ ଆସନରେ ଆଗୁଆ; ମୋଦି ଡାକିଲେ କ୍ୟାବିନେଟ ବୈଠକ

23/05/2019 at 1:03 PM

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ୫୪୨ ଟି ଆସନ ମଧ୍ୟରୁ ବିଜେପି-୩୪୪, କଂଗ୍ରେସ- ୯୧ ଏବଂ ଅନ୍ୟାନ୍ୟ-୧୦୭ ଆସନରେ ଆଗୁଆ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ଆଗୁଆ ଥିବାବେଳେ ଗୁଜୁରାଟ ଗାନ୍ଧିନଗରରୁ ଅମିତ ଶାହା ଆଗୁଆ ଅଛନ୍ତି ।

ଫାଇନାଲ ଫଳାଫଳ ଆସିବା ପୁର୍ବରୁ ବିଜେପି ପ୍ରଶଂସକ ଉତ୍ସାହ ପାଳନ କରୁଛନ୍ତି । ବିଜେପି କାର୍ଯ୍ୟାଳୟ ବାହାରେ ସମର୍ଥକ ଉତ୍ସବ ପାଳନ କରୁଛନ୍ତି । ଅଷ୍ଟ୍ରେଲିଆର ସିଡନୀ ଏବଂ ମେଲବର୍ଣରେ ବିଜେପି ସମର୍ଥକ ଉତ୍ସବ ପାଳନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୫.୩୦ ମିନିଟରେ ବିଜେପି କାର୍ଯ୍ୟାଳୟରେ  କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିବେ । ଏହାପରେ ବିଜେପି ସଂସଦୀୟ ଦଳର ବୈଠକ ବସିବ ।

   Related Posts