ଦିଲ୍ଲୀରେ ବଢୁଛି ବିଜେପି ନେତାଙ୍କ ଭିଡ, ଫେରିଲେ ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୩:  କମଲ ନାଥଙ୍କ ଇସ୍ତଫା ସହ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରଙ୍କ ପତନ ହୋଇଛି। ରାଜ୍ୟରେ ସରକାର କ୍ଷମାତାରୁ ହଟିବା ପରେ ଶନିବାର ବେଙ୍ଗାଲୁରରେ ଥିବା ବିଦ୍ରୋହୀ ବିଧାୟକମାନେ ଫେରିଆସିଥିବା ବେଳେ ଜ୍ୟତିରାଦିତ୍ୟଙ୍କ ନେତୃତ୍ୱରେ ଜେ.ପି.ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

{"id":242028,"sizeSlug":"large"}

ରାଜ୍ୟରେ ସରକାର ଗଢିବା ଲାଗି ବିଜେପି ଅଣ୍ଟାଭଡିଛି। ଏଣୁ ବିଜେପି ବିଧାୟକ ଓ ପୂର୍ବତନ ମନ୍ତ୍ରୀମାନେ ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି। ଏହିକ୍ରମରେ ୟଶୋଧରା ରାଜେ ସିନ୍ଧିଆ ଦିଲ୍ଲୀ ପହଞ୍ଚିସାରିଥିବା ବେଳେ ଅରବିନ୍ଦ ଭଦୋରିଆ ଓ ଅନ୍ୟ ବିଧାୟକମାନେ ବି ଦିଲ୍ଲୀରେ ପହଞ୍ଚିଛନ୍ତି। ଏଥିରୁ ମଧ୍ୟପ୍ରଦେଶର ମୁଖିଆ ଚୟନ ଲାଗି ଦିଲ୍ଲୀରେ ଲବି ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି।

wp:html /wp:html

ସେପଟେ ମଧ୍ୟପ୍ରଦେଶ କଂଗ୍ରେସର ଏକଟ୍ୱିଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ କମଲ ନାଥ ଆସନ୍ତା ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ସ୍ୱାଧୀନତାଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ଉଲ୍ଲେଖ ରହିଛି। ଏବେ ମଧ୍ୟପ୍ରଦେଶରେ ୨୪ ବିଧାନସଭା ଆଶନରେ ଉପନିର୍ବାଚନ ହେବ। ଏଣୁ ରାଜ୍ୟ କଂଗ୍ରେସ ଅଧିକ ଖୁସି ହେବାର କିଛି ନାହିଁ ବୋଲି ବିଜେପିକୁ ସତର୍କ କରାଇଦେଇଛି।

{"id":242032,"sizeSlug":"large"}

କମଲ ନାଥଙ୍କ ଇସ୍ତଫା ଯୋଗୁ ମଧ୍ୟପ୍ରଦେଶରେ ନୂଆ ସରକାର ନିମନ୍ତେ ରାସ୍ତା ସଫା ହୋଇଯାଇଛି। ହେଲେ ବିଜେପି ଏଥିଲାଗି ତରବର ହେଉ ନାହିଁ। କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦିଲ୍ଲୀରେ ମନ୍ତ୍ରଣା ଚାଲିଛି। ଏଥିଲାଗି ଦିନବେଳା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଘରେ ବୈଠକ ହୋଇଥିବା ବେଳେ ଜ୍ୟୋତିରାଦିତ୍ୟଙ୍କ ସମର୍ଥକ ବିଧାୟକମାନେ ଜେ.ପି.ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତେବେ ରାତିରେ ଅମିତ ଶାହଙ୍କ ନିବାସରେ ବୈଠକ ଡକାଯାଇଛି। ତୋମାରଙ୍କ ଘରେ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ଦଳର ଜାତୀୟ ସାଧାରଣ ସମ୍ପାଦକ ଅନୀଲ ଜୈନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.