ଦାର୍ଜିଲିଂରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଓହ୍ଲାଇବା ପାଇଁ ଅନୁମତି ନଦେବା ଘଟଣା : ନିର୍ବାଚନ କମିଶନଙ୍କ ନିକଟରେ ପ୍ରତିବାଦ କଲା ବିଜେପି

Published By : Prameya-News7 Bureau | February 05, 2019 IST

ନୂଆଦିଲ୍ଲୀ ୫|୧: ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ପ୍ରତିବାଦ କରିଛନ୍ତି । ଗତକାଲି ପଶ୍ଚିମବଙ୍ଗ ଦାର୍ଜିଲିଂରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଓହ୍ଲାଇବା ପାଇଁ ଅନୁମତି ନଦେବା ଘଟଣାରେ ସେମାନେ ପ୍ରତିବାଦ କରିଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବରିଷ୍ଠ ନେତା ମୁକ୍ତାର ଆବ୍ବାସ ନକ୍‌ଭି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ରାୟ ପ୍ରମୁଖ ଯାଇ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିଛନ୍ତି ।

{"id":81969}

ସୂଚନାଯୋଗ୍ୟ ଯେ, ରାଇଗଞ୍ଜ ଓ ବାଲୁରଘାଟ କାର୍ଯ୍ୟକ୍ରମରେ ଗତ ରବିବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥାନ୍ତେ। ତେବେ ଯୋଗୀଙ୍କ ହେଲିକପ୍ଟର ଦାର୍ଜିଲିଂରେ ଓହ୍ଲାଇବାକୁ ମନା କରିଦେଇଥିଲା ଜିଲ୍ଲା ପ୍ରଶାସନ। ଯୋଗୀ କହିଥିଲେ ଯେମିତି ବି ହେଲେ ବିଜେପିକୁ ଅଟକାଇପାରିବେନି ମମତା।

{"id":81970}

ମମତା ବାନାର୍ଜୀ ବିଜେପିର ବାଟ ଓଗାଳିବାକୁ ଚାହୁଁଛନ୍ତି। ଏହାଦ୍ବାରା ବିଜେପି ଦୁର୍ବଳ ହେବା ବଦଳରେ ଅଧିକ ଶକ୍ତିଶାଳୀ ହେବ ବୋଲି ସେ କହିଥିଲେ। ପୂର୍ବରୁ ମଧ୍ୟ ଅମିତ ଶାହାଙ୍କ ରଥଯାତ୍ରା ଉପରେ କଟକଣା ଲଗାଇବାକୁ ବଳ କଷିଥିଲା ପ୍ରଶାସନ। ଯାହାକୁ ନେଇ କୋର୍ଟ କଚେରୀରେ ମାମଲା ଚାଲିଥିଲା। ଆଉ ଏହା ପରେ ଯେଉଁଭଳି ଭାବେ ଟିଏମସି ଏବଂ ବିଜେପି କର୍ମୀ ମାରଧରକୁ ଓହ୍ଲାଇଲେଣି ଏହା ରାଜ୍ୟର ଶାନ୍ତି ଉପରେ ବିପଦ ସୃଷ୍ଟି କଲାଣି। ଆଦିତ୍ୟନାଥ ଟେଲିଫୋନ ମାଧ୍ୟମରେ ରାଲିକୁ ସମ୍ବୋଧନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.