Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ହଳଦୀ ଏବଂ ଫଗୁରେ ହୋଲି ଖେଳିଲେ ବିଜେଡ଼ି ନେତା ଓ କର୍ମୀ…

10/03/2020 at 8:19 PM

ଭୁବନେଶ୍ବର୧୦/୩: କରୋନା ପ୍ରଭାବ ହୋଲିରେ ଦେଖିବାକୁ ମିଳିଥିଲେ ବି ରାଜ୍ୟ ରାଜନୀତିକୁ ହୋଲିର ରଙ୍ଗ ବେଶ୍‌ ରଙ୍ଗେଇ ଥିଲା। ସରକାରଙ୍କ ଆଡଭାଇଜରୀ ସତ୍ବେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବାସଭବନରେ ଦଳୀୟ ନେତା ହୋଲି ଧୁମ୍‌ ଏବଂ ରଙ୍ଗରେ ବେଶ୍ ମତୁଆଲ ହୋଇଛନ୍ତି । ବିଧାୟକଙ୍କ ଠାରୁ ଆରମ୍ଭ କରି କର୍ମୀ ନାଚୁଥିବା ଦେଖିବାକୁ ମିଳିଥିଲା । ଏପଟେ କିନ୍ତୁ ପାର୍ଟି ଅଫିସ୍‌ ଖାଁ ଖାଁ ଥିଲା । ଆଉ କିଛି ନେତା ଘରେ ହଳଦୀ ଏବଂ ଫଗୁରେ ଖେଲିଥିଲେ ହୋଲି ।

କରୋନା ପ୍ରଭାବରେ ସାଧାରଣ ଲୋକେ ହୋଲି ଖେଳିବାକୁ ଆଜି ପସନ୍ଦ କରିନଥିଲେ କିନ୍ତୁ ରାଜନୀତିରେ ଏହା ବେଶୀ ପ୍ରଭାବ ପକାଇ ପାରିନାହିଁ ।ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିଲା ରାଜ୍ୟ ରାଜନୀତି ।ସରକାରଙ୍କ ଆଡଭାଇଜରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ଅପିଲ ସତ୍ତ୍ବେ ବିଜେଡି ନେତା କିନ୍ତୁ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିଲେ। ଦଳର ବହୁ ନେତା ଓ କର୍ମୀ ଏକାଠି ହୋଇ ହୋଲି ସଙ୍ଗୀତର ଧୁନ୍‌ରେ ହାତରେ ହର୍ବାଲ୍‌ ରଙ୍ଗ ଧରି ପୁରା ମସଗୁଲ୍‌ ହୋଇ ନାଚୁଥିଲେ

କରୋନା ପାଇଁ ସରକାର ଆଡଭାଇଜରୀ ଜାରି କରିଥିବାରୁ କିଛି ନେତା ହଳଦୀ ସିନ୍ଦୁର ଓ ଚନ୍ଦନରେ ଗଣପର୍ବ ହୋଲିକୁ ପାଳନ କରିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ଯେଉଁ କର୍ମୀ ମାନେ ଆସୁଥିଲେ ସେମାନଙ୍କୁ ହଳଦୀ ଲଗାଇ ହୋଲି ଉତ୍ସବକୁ ପାଳନ କରିଥିଲେ । କିନ୍ତୁ ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର ଦେହରେ ଜମା ରଙ୍ଗ ଲଗାଇବାକୁ ଦେଇନଥିଲେ ।ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ମୁଣ୍ଡରେ ଅବିର ଟିକା ମାରି ହୋଲି ପାଳନ କରିଥିଲେ।

ମୁଖ୍ୟମନ୍ତ୍ରୀ ହୋଲି ଖେଳିବାକୁ ମନା କରିଥିବାରୁ ବିଜେଡି ପାର୍ଟି ଅଫିସ ଫାଙ୍କା ପଡିଥିଲା । କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟ ପୂରା ଖାଁ ଖାଁ ଦେଖିବାକୁ  ମିଳିଥିଲା । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ  ହୋଲି ଖେଳିବାକୁ ମନା କରିଥିବାରୁ ବିଜେପି ପକ୍ଷରୁ ହୋଲି ପାଳନ କରାଯାଇନାହିଁ ।

   Related Posts