ଭାରତୀୟ ଜନତା ପାର୍ଟିର ନେତା ଜୁଲଫିକରଙ୍କୁ ଗୁଳି କରି ହତ୍ୟା : ପୁଅଙ୍କୁ ଛୁରୀ ଭୁଷିଲେ ଅଜଣା ଦୁର୍ବୃତ୍ତ
23/11/2020 at 10:21 AM

ନୂଆଦିଲ୍ଲୀ ୨୩/୧୧: ଦିଲ୍ଲୀର ନନ୍ଦ ନଗରୀ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ନେତା ଏବଂ ଆରଟିଆଇ କର୍ମୀ ଜୁଲଫିକର କୁରୈଶୀଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଜୁଲଫିକର ସକାଳେ ନମାଜ ପଢ଼ିବା ପାଇଁ ଯାଉଥିଲେ। ସେତେବେଳେ ଦୁର୍ବୃତ୍ତମାନେ ମସଜିଦ ବାହାରେ ଜୁଲଫିକରଙ୍କୁ ଗୁଳି କରିଥିଲେ। ଦୁର୍ବୃତ୍ତମାନେ ଜୁଲଫିକର କୁରୈଶୀଙ୍କ ପୁଅଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି।
ଦିଲ୍ଲୀ ପୋଲିସ୍ ବିଜେପି ନେତା ଜୁଲଫିକର କୁରୈଶୀଙ୍କ ପୁଅଙ୍କୁ ସ୍ବାମୀ ଦୟାନନ୍ଦ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ଜୁଲଫିକରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପରିବାର ଲୋକଙ୍କୁ ପଚରାଉଚୁରା କରାଯାଉଛି। ଏବେ ସୁଦ୍ଧା ପୋଲିସ ତରଫରୁ ଆଧିକାରିକ ବୟାନ ଜାରି କରାଯାଇନାହିଁ।
Related Posts
ବ୍ୟାନ୍ ସତ୍ତ୍ୱେ ଭାରତରେ ୟୁଜର କରୁଛନ୍ତି Tik Tok! ଜାଣନ୍ତୁ କିପରି ?
20 January 2021