Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଗାନ୍ଧିଜୀଙ୍କୁ ‘ପାକିସ୍ତାନର ଜାତୀୟ ପିତା’ କହିଥିବା ପୂର୍ବତନ ବିଜେପି ନେତା ଏବେ ପଢାଇବେ ସାମ୍ବାଦିକତା ପାଠ, ଆଇଆଇଏମସି ପ୍ରଫେସର ପଦରେ ହେଲେ ନିଯୁକ୍ତ

31/10/2020 at 4:48 PM

ଭୋପାଳ,୩୧/୧୦:   ବିବାଦରେ ଆଇଆଇଏମସିର ନବ ନିଯୁକ୍ତ ପ୍ରଫେସର ଅନିଲ କୁମାର ସୌମିତ୍ର ।  ଅକ୍ଚୋବର ୨୬ରେ ଆଇଆଇଏମସିର ସାକ୍ଷାତକାର ପ୍ରକ୍ରିୟା ସରିବା ପରେ ଅନିଲଙ୍କୁ ନିଯୁକ୍ତି ମିଳିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅନିଲ ଆସନ୍ତା ୨ ବର୍ଷ ଯାଏଁ ଆଇଆଇଏମସିରେ ପ୍ରଫେସର ଭାବେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ ।

ଅନିଲ ପ୍ରଥମ ଥର ପାଇଁ ଖବରର ଶିରୋନାମା ପାଲଟି ନାହାଁନ୍ତି, ପୂର୍ବରୁ ମଧ୍ୟ ସେ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି । ଅନିଲ ମଧ୍ୟପ୍ରଦେଶ ବିଜେପିର ମୁଖପାତ୍ର ରହିଥିଲେ । ତେବେ ତାଙ୍କୁ ୨୦୧୯ରେ ଦଳରୁ ନିଲମ୍ବିତ କରାଯାଇଥିଲା । ସେ ନିଜର ଏକ ଫେସବୁକ ପୋଷ୍ଟକୁ ନେଇ ବିବାଦରେ ଛନ୍ଦି ହୋଇ ପଡିଥିଲେ । କାରଣ ସେ ଫେସବୁକ ପୋଷ୍ଟରେ ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା ବୋଲି କହିଥିଲେ ।

ସେ ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ ଯେ, ଗାନ୍ଧୀଙ୍କ ଅବଦାନ ପାଇଁ ପାକିସ୍ତାନ ଜନ୍ମ ନେଇଥିଲା । ତେଣୁ ତାଙ୍କୁ ଭାରତର ନୁହେଁ ବରଂ ପାକିସ୍ତାନର ଜନକ ବୋଲି କୁହାଯିବା ଉଚିତ । ମେ ୧୬, ୨୦୧୯ରେ ସେ ଏହି ଫେସବୁକ ପୋଷ୍ଟ କରିଥିଲେ । ଏହି ଘଟଣା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିବା ସହ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲା ।

ସୂଚନାଯୋଗ୍ୟ, ଆଇଆଇଏମସି ଏକ ସ୍ୱୟଂଶାସିତ ସଂସ୍ଥା । ତେବେ  ସରକାରୀଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହାକୁ ଅର୍ଥ ଯୋଗାଇଥାଏ । ଏହାର ମୁଖ୍ୟ ରହିଛନ୍ତି ଆଇଏଏସ ଅଧିକାରୀ ଅମିତ ଖାରେ । ସେ ଉଚ୍ଚଶିକ୍ଷା ବିଭାଗର ସଚିବ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମଧ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଆଇଆଇଏମସିର ଡିଜି ରହିଛନ୍ତି ସାମ୍ବାଦିକ ତଥା ଲେଖକ ସଞ୍ଜୟ ଦିଓ୍ୱେଦୀ ।

   Related Posts