Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାଜପଥ କର୍ତ୍ତୃପକ୍ଷଙ୍କୁ ବିରୋଧୀ ଦଳ ଉପନେତାଙ୍କ ଚେତାବନୀ, ‘ଠିକ୍ ଢଙ୍ଗରେ କାମ କର, ନଚେତ୍ ଅଫିସରେ ତାଲା ପଡିବ’

21/02/2021 at 1:52 PM

ଭଦ୍ରକ, ୨୧୦୨ରାଜପଥ ପ୍ରାଧୀକରଣର କର୍ତ୍ତୁପକ୍ଷଙ୍କୁ ବିରୋଧୀ ଦଳ ଉପନେତାଙ୍କ ଚେତାବନୀ । ଠିକ୍ ଢଙ୍ଗରେ କାର୍ଯ୍ୟ କରନ୍ତୁ ନହେଲେ ସମସ୍ତ କାର୍ଜ୍ୟାଳୟରେ ତାଲା ପକାଇବା ସହ କାମ ବନ୍ଦ କରିବେ ଓ ଏହି ପ୍ରସଙ୍ଗକୁ ମଧ୍ୟ ବିଧାନ ସଭାରେ ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି ବିଷ୍ଣୁ ସେଠୀ ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ରାଜପଥ ସଂପ୍ରସାରଣ ବେଳେ ହେଉଥିବା ଅବ୍ୟବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ସେ କହିଛନ୍ତି ଯେ, ଚଣ୍ଡିଖୋଲରୁ ଭଦ୍ରକ ପର୍ଯ୍ୟନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । କିନ୍ତୁ କାର୍ଯ୍ୟ କରୁଥିବା ଡିବିଏଲ କମ୍ପାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳାଖୋଳି କରି କାର୍ଯ୍ୟ ସମ୍ପୂର୍ଣ ନକରି ପୁଣି ଅନ୍ୟ ସ୍ଥାନରେ କାର୍ଯ୍ୟ କରୁଛି । ଅନେକ ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବାରୁ ଗୋଟିଏ ପାର୍ଶ୍ଵ ରେ ଗାଡି ଚଳାଚଳ କରୁଛି । କମ୍ପାନୀ ର ମନମୁଖୀ କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ ଠାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ମଧ୍ୟ ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡିବିଏଲର ଏହି ମନମୁଖୀ କାମ ବନ୍ଦ ନହେଲେ ବିଜେପି ଧାମନଗର ଛକ ଠାରୁ ନଳାଙ୍ଗ ପର୍ଯ୍ୟନ୍ତ ଥିବା ସମସ୍ତ ଅଫିସରେ ତାଲା ପକାଇବ । ସର୍ବସାଧାରଣଙ୍କ ଏହି ଅସୁବିଧା ପାଇଁ ବିଷ୍ଣୁ ସେଠୀ  ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ । ଏହାସହ ବିଧାନ ସଭାରେ ଏ ନେଇ ପ୍ରଶ୍ନ କରିବେ ବୋଲି କହିଛନ୍ତି ।

   Related Posts