ପୁଣି ଭାଇରାଲ ହେଲା ବରୁଣ ଗାନ୍ଧିଙ୍କ ଅଡିଓ କ୍ଲିପ୍, ନିଜ ଦଳର ନେତାଙ୍କୁ କହୁଛନ୍ତି ଅସଭ୍ୟ ଭାଷା

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦: ବିଜେପି ନେତା ଓ ପିଲଭୀତ ସାଂସଦ ବରୁଣ ଗାନ୍ଧିଙ୍କ ଆଉ ଏକ ପୁରୁଣା ଅଡିଓ କ୍ଲିପ୍ ଭାଇରାଲ ହୋଇଛି। ଯେଉଁଥିରେ ସେ ବିଜେପି ନେତାଙ୍କୁ ଅସଭ୍ୟ ଭାଷା କହୁଥିବା ଶୁଣିବାକୁ ମିଳିଛି। କଥାବାର୍ତାରୁ ଜଣାପଡ଼ୁଛି ଯେଉଁ ବ୍ୟକ୍ତିଙ୍କ ସହ ବରୁଣ କଥା ହେଉଛନ୍ତି ସେ ତାଙ୍କୁ ନାହିଁ ନ ଥିବା ଖରାପ କଥା ଶୁଣାଇଛନ୍ତି ଓ ଯାହାର ପ୍ରତ୍ୟୁତ୍ତର ବରୁଣ ତାଙ୍କୁ ନ ଛାଡି ଏଭଳି ଅସଭ୍ୟ ଭାଷାରେ କଥା ହୋଇଛନ୍ତି।

ଏହି ଅଡ଼ିଓ କ୍ଲିପ ଲକଡାଉନ ପୂର୍ବର ବୋଲି କୁହାଯାଉଛି। ଏହି ଅଡିଓ କ୍ଲିପରେ ପିଲଭିତ ବିଧାୟକ ସଞ୍ଜୟ ସିଂହ ଗଙ୍ଗଓ୍ବାର, ବିନୋଦ ତିଓ୍ବାରି ଓ ପୂର୍ବତନ ବିଧାୟକ ତଥା କୃଷକ ନେତା ବି ଏମ ସିଂହଙ୍କୁ କଥିତ ଭାବେ ଅସଭ୍ୟ ଭାଷା କହିଛନ୍ତି।  ତେବେ ଏ ତିନି ନେତା ବରୁଣ ଗାନ୍ଧିଙ୍କ ମାଆ ତଥା ବିଜେପି ସାଂସଦ ମେନକା ଗାନ୍ଧିଙ୍କ ସହ ସେମାନଙ୍କ ସମ୍ପର୍କ ରାଜନୀତିରେ ବେଶ ଘନିଷ୍ଠ ଥିଲା। ମାତ୍ର ଏବେ ରାଜନୈତିକ ମତଭେଦ ଉପୁଜିଛି। ଏମାନଙ୍କୁ କେବେ ବି ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳି ନାହିଁ।

ତେବେ ଏ ଅଡିଓ କ୍ଲିପ ଉପରେ ପ୍ରତିକ୍ରିୟା ରଖି ସଞ୍ଜୟ ସିଂହ କହିଛନ୍ତି ଏହି ଭାଷା ଭାରତୀୟ ଜନତା ଦଳର ଭାଷା ନୁହେଁ। ସେମାନେ କହନ୍ତି ସେମାନଙ୍କୁ ଶିଖାଯାଇ ଥାଏ ଯେ ବଡ଼ଙ୍କ ନାଁ ପରେ ଜି ଲଗାଯାଏ ମାତ୍ର ସୋସିଆଲ ମିଡ଼ିଆରୁ ଯାହା ଜଣାପଡ଼ିଛି ଏହା ବିଜେପିର ଭାଷା ନୁହେଁ।

ସୂଚନାଯୋଗ୍ୟ କିଛି ଦିନ ତଳେ ବରୁଣଙ୍କ ଏକ  ଅଡ଼ିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଜଣେ ମଦ୍ୟପଙ୍କ ଉପରେ ରାଗୁଥିବା ଦେଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.