Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଜେପି ନେତ୍ରୀ ଉମା ଭାରତୀଙ୍କ ବିବାଦୀୟ ବୟାନ : କହିଲେ, ‘ବ୍ୟୁରୋକ୍ରେସୀର କିଛି ଔକାତ୍‌ ନଥାଏ, କେବଳ ଚପଲ ଉଠାଇବାକୁ ଥାନ୍ତି ବ୍ୟୁରୋକ୍ରାଟ୍‌’

20/09/2021 at 6:06 PM

ନୂଆଦିଲ୍ଲୀ ୨୦/୦୯ : ପୁଣି ଚର୍ଚ୍ଚାରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତ୍ରୀ । ସେ କହିଛନ୍ତି, ‘ଦେଶରେ ଅମଲାତନ୍ତ୍ରର କୌଣସି ଔକାତ୍‌ ନାହିଁ କିମ୍ବା ଅମଲା ମାନଙ୍କର କିଛି କ୍ଷମତା ନାହିଁ । ବ୍ୟୁରୋକ୍ରେସୀ ଏବଂ ବ୍ୟୁରୋକ୍ରାଟ୍‌ମାନେ କେବଳ ଚପଲ ଉଠାନ୍ତି । ଆଉ ତା ଛଡା ସେମାନଙ୍କିର କିଛି କାମ ନଥାଏ ।’

ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଏଭଳି ବୟାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମଧ୍ୟ ପ୍ରଦେଶରେ ଏବେ ବି ବିଜେପି ସରକାର ରହିଛି । ତେଣୁ ଏହାରି ମଧ୍ୟରେ ଉମା ଭାରତୀଙ୍କ ଏଭଳି ବିବାଦୀୟ ବୟାନ ରାଜ୍ୟ ସରକାରଙ୍କୁ ଅସହଜ କରିଦେଇଛି ।

ଭାଇରାଲ ହେଉଥିବା ଭିଡିଓରେ ଉମା ଭାରତୀ କହୁଛନ୍ତି, ‘ଆପଣଙ୍କୁ କଣ ଲାଗୁଛି ଏ ଅମଲାତନ୍ତ୍ର (ବ୍ୟୁରୋକ୍ରେସୀ) ନେତାମାନଙ୍କୁ ଚାବି ଦିଆ କଣ୍ଢେଇ ଭଳି ନଚାନ୍ତି । ନା.. ନା.. ବ୍ୟୁରୋକ୍ରାଟ୍‌ମାନଙ୍କୁ ପଚାରିବାକୁ ପଡେନି । କେବଳ କଥାବାର୍ତ୍ତା ପରେ ସେମାନେ ଫାଇଲ ଆଣି ଦିଅନ୍ତି । ଆମକୁ ପଚାର, ୧୧ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଛି, ମୁଖ୍ୟମନ୍ତ୍ରୀ ବି ହୋଇଛି ।’

ସେ ଆହୁରି କହିଛନ୍ତି, ‘ବ୍ୟୁରୋକ୍ରାଟ୍‌ମାନେ ନେତାଙ୍କ ସହିତ ପୂର୍ବରୁ ବି ରହିଥିଲେ । ପ୍ରଥମେ ଆମ ସହିତ କଥା ହୁଅନ୍ତି ପରେ ଫାଇଲ ଆଗକୁ ବଢାନ୍ତି । ନେତାମାନେ ହିଁ ତାଙ୍କୁ ବୁଲାନ୍ତି । ଏହା ଆପଣଙ୍କ ଭୁଲ ଧାରଣା, ଅମଲାତନ୍ତ୍ର କିଛି କରେ ନାହିଁ । କେବଳ ଚପଲ ଉଠାଇବାକୁ ରହିଥାନ୍ତି ।’

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଏଭଳି ବୟାନ ପରେ ମଧ୍ୟ ପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି ବିଜେପି ନେତ୍ରୀ । ସରକାରରେ ଥାଇ ମଧ୍ୟ ,ଏଭଳି ବିବାଦୀୟ ବୟାନ ସହଜରେ ହଜମ ହେଉନି । ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ବିବାଦୀୟ ବୟାନ ଦେଇ ଫସିଛନ୍ତି ଉମା ଭାରତୀ ।

   Related Posts