ଓଡିଶା ଆସିବେ ବିଜେପିର ତୁଙ୍ଗନେତା : ଆସୁଛନ୍ତି ଉମା ଭାରତୀ, ନିତିନ ଗଡ଼କରୀ, ଅମିତ ଶାହ ଓ ମୋଦି

Published By : Prameya-News7 Bureau | April 15, 2019 IST

ଭାରତୀୟ ୧୫/୪ : ଆସନ୍ତା ୧୮ ଓ ୧୯ ତାରିଖରେ ଓଡିଶା ଆସିବେ ବିଜେପିର ତୁଙ୍ଗ ନେତା ଉମା ଭାରତୀ | ୧୯ ତାରିଖରେ ପୁରୀରେ ରୋଡ଼ ଶୋ' କରିବେ ଉମା ଭାରତୀ | ସେହିଭଳି ୧୮ ତାରିଖରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଲୋଡିବେ ନିତିନ ଗଡ଼କରୀ | ୧୭ ତାରିଖରେ କଟକ ଓ ସତ୍ୟବାଦୀରେ ଅମିତ ଶାହ ସାଧାରଣ ସଭା କରିବେ | ସେହିଭଳି ୧୬ ତାରିଖରେ ମୋଦିଙ୍କ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ ରହିଛି | ସୂଚନାଯୋଗ୍ୟ ଯେ, ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ | ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ତୁହାକୁ ତୁହା ଓଡିଶା ଗସ୍ତରେ ଆସୁଛନ୍ତି |

ଉମା ଭାରତୀ କେନ୍ଦ୍ରରେ ଜଳ ସମ୍ପଦ ମନ୍ତ୍ରୀ ଥିବାବେଳେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠିଥିଲା | ତେଣୁ ଉମାଙ୍କ ଓଡିଶା ଗସ୍ତ ଓ ପ୍ରଚାରର ଯଥେଷ୍ଟ ଗୁରୁତ୍ୱ ରହିଛି | ମହାନଦୀ ଜଳ ବିବାଦ ସମ୍ପର୍କରେ ସେ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେବା ମଧ୍ୟ ସମ୍ଭାବନା ରହିଛି | ୧୮ ତାରିଖରେ ରାଜ୍ୟର ୫ଟି ଲୋକସଭା ଅନ୍ତର୍ଗତ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗ୍ରହଣ ହେବ | ପୁରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ ଲଢ଼ୁଥିବାବେଳେ କଟକରେ ପୂର୍ବତ୍ତନ ପୋଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.