Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଜେପି ନେତା ଟି. ରାଜାଙ୍କୁ ବ୍ୟାନ୍ କଲା ଫେସବୁକ୍, ‘ହେଟ୍ ସ୍ପିଚ୍’ପାଇଁ ବିବାଦରେ ଥିଲେ

3/09/2020 at 12:40 PM

ନୂଆଦିଲ୍ଲୀ ୦୩/୦୯: ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାଙ୍କୁ ଫେସ୍‌ବୁକ୍ ସମର୍ଥନ କରୁଥିବା ନେଇ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି । ଏପରିକି ଚର୍ଚ୍ଚା, ଆଲୋଚନା ମଧ୍ୟ ଚାଲିଛି । ସେପଟେ ବିଜେପି ମଧ୍ୟ ବିରୋଧୀଙ୍କ ପ୍ରତି କୋହଳ ନେଇ ଫେସ୍‌ବୁକ୍‌କୁ ଆରୋପ କରିଆସୁଛି । ଏନେଇ ରାଜନୀତ ସରଗରମ ଥିବା ବେଳେ ଫେସ୍‌ବୁକ୍‌ କରିଛି ଏକ ବଡ଼ ଆକ୍ସନ ।  ‘ହେଟ୍ ସ୍ପିଚ୍’ନିୟମର ଉଲ୍ଲଂଘନ ଅଭିଯୋଗରେ ଫେସବୁକ୍ ବିଜେପି ନେତା ଟି ରାଜାଙ୍କ ଉପରେ ବ୍ୟାନ୍ ଲଗାଇଦେଇଛି । ଫେସ୍‌ବୁକ୍‌  ସହ ଇନ୍‌ଷ୍ଟାଗ୍ରାମରେ ବି ଟି. ରାଜାଙ୍କ ଉପରେ ବ୍ୟାନ୍‌ ।

ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ ହିଂସାତ୍ମକ ପୋଷ୍ଟ ଓ ଘୃଣା ମନୋଭାବ ସୃଷ୍ଟି ଲାଗି ବା  ‘ହେଟ୍ ସ୍ପିଚ୍’ ସେୟାର ଅଭିଯୋଗରେ ଫେସବୁକ୍ ବିଜେପି ନେତା ଟି ରାଜ ସିଂହଙ୍କ ଉପରେ ଏପରି ପ୍ରତିବନ୍ଧକ ଲଗାଯାଇଛି ।  

ଇଡବ୍ଲୁଏସ୍‌ଜେ ଦ୍ବାରା ଭାରତରେ ଶାସକ ଦଳ ପକ୍ଷରୁ ପକ୍ଷପାତିତା ଅଭିଯୋଗ ପରେ, ଏବେ ଫେସବୁକ ଟି. ରାଜାଙ୍କ କିଛି ବିବାଦୀୟ ପୋଷ୍ଟ ହଟାଇ ଦେଇଥିଲା । ଫେସବୁକ୍‌ର କଣ୍ଟେଣ୍ଟ ପଲିସିକୁ ନେଇ ଟି. ରାଜା ଲଗାତର ଭାବେ ବିବାଦରେ ରହିଆସିଛନ୍ତି । ୨୦୧୮ରେ ସେ ତାଙ୍କ  ଅଫିସିଆଲ ଫେସୁବକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଫେସବୁକ୍‌ର ଭାରତ ମୁଖ୍ୟ ଅଜିତ ମୋହନଙ୍କୁ ସଂସଦୀୟ ପ୍ୟାନେଲ ଜବାବ ମାଗିଥିଲା । ଦୁଇ ଘଣ୍ଟାର ଏହି ପଚରା ଉଚାରା ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ପକ୍ଷପାତିତା କରୁଥିବା ଅଭିଯୋଗ କରିଥିଲେ ଉପସ୍ଥିତ ସଦସ୍ୟ । ତେବେ ଏହି ଅଭିଯୋଗକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି ।

   Related Posts