ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗିରଫ
20/09/2019 at 10:55 AM

ଶାହାଜାହାଁପୁର ୨୦।୯: ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ସ୍ପେଶାଲ୍ ଇନ୍ ଭେଷ୍ଟିଗେସନ୍ ଟିମ୍ ଗିରଫ କରିଛି ।
ଶାହଜାହାଁପୁର ସ୍ଥିତ ଏସ୍ ଏସ୍ ଲ’ କଲେଜର ଜଣେ ଆଇନ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗ ଆଣିଥିଲେ । ଏହି ହାଇ ପ୍ରୋଫାଇଲ୍ ମାମଲାରେ ଏସ୍ ଆଇଟି ତଦନ୍ତ କରୁଥିଲା । ଆଜି ସକାଳେ ତାଙ୍କୁ ତାଙ୍କ ଆଶ୍ରମରୁ ଗିରଫ କରାଯାଇଛି । ଗତ ସୋମବାର ଅଭିଯୋଗ ଆଣିଥିବା ଛାତ୍ରୀଙ୍କର ଧାରା ୧୬୪ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା ।
ଏହାପରଠୁ ସ୍ବାମୀ ଚିନ୍ମୟାନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ୧୩ସେପ୍ଟେମ୍ବରରେ ଏସ୍ଆଇଟି ଜେରା ପରେ ଆଶ୍ରମରେ ପୋଲିସ ମୁତୟନ କରାଯାଇଥିଲା । ପରେ ପୋଲିସ ହଟାଇ ନିଆଯାଇଥିଲା । ତେବେ ଶାହାଜାହାଁପୁର ଛାଡି ନଯିବାକୁ କୁହାଯାଇଥିଲା ।