Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଜେଡିରେ ମିଶିଲେ ବିଜେପି ନେତ୍ରୀ ସୁଷମା ରାଣୀ ବିଶ୍ୱାଳ

11/03/2019 at 7:24 PM

ଭୁବନେଶ୍ୱର ୧୧/୩ : ବାଲେଶ୍ୱର ଜିଲ୍ଲା ନୀଳଗିରିର ବିଜେପି ନେତ୍ରୀ ସୁଷମା ରାଣୀ ବିଶ୍ୱାଳ ନିଜ ସମର୍ଥକଙ୍କ ସହିତ ଆଜି ବିଜେଡିରେ ଯୋଗ ଦେଇଛନ୍ତି | ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି | ସୁଷମା ରାଣୀ ବିଶ୍ୱାଳ ୨୦୧୪ ବିଧାନସଭା ନିର୍ବାଚନରେ ନୀଳଗିରିରୁ ବିଜେପିର ପ୍ରାର୍ଥୀ ଥିଲେ | ୩୯ ହଜାରରୁ ଅଧିକ ଭୋଟ ପାଇଥିଲେ | ସୁଷମା ରାଣୀ ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟା ଥିଲେ | ସୁଷମା ରାଣୀ ବିଶ୍ୱାଳଙ୍କ ବିଜେଡିରେ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି | ସେ କହିଛନ୍ତି ଯେ, ସୁଷମାଙ୍କ ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ |

ବାଲେଶ୍ୱର ଜିଲ୍ଲାର ଜଣେ ଟାଣୁଆ ବିଜେପି ନେତା ତାଙ୍କୁ ଲୋକଙ୍କ ସେବା କରିବ ପାଇଁ ସୁଯୋଗ ନଦେବା ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଭାବମୂର୍ତ୍ତି ବିଜେପି ଛାଡିବା ପଛର ମୁଖ୍ୟ କାରଣ ବୋଲି କହିଛନ୍ତି ସୁଷମା | ଏଥିସହ ସମ୍ପ୍ରତି ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବ ତାଙ୍କୁ ବେଶ ପ୍ରଭାବିତ କରିଛି ବୋଲି ସୁଷମା କହିଛନ୍ତି |

   Related Posts