ବିଜେପି ନେତ୍ରୀ ସୋନାଲୀ ଫୋଗାଟ୍ ପୁଣି ଭିଲିଆନ୍ ! ସରକାରୀ ଅଫିସରଙ୍କୁ ଥାପଡ୍ ମାରି ଉଠାଇଲେ ଚପଲ, ଘେରିଲା କଂଗ୍ରେସ

Published By : Prameya-News7 Bureau | June 05, 2020 IST

ହିସାର, ୦୫|୦୬:  ଟିକଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗାଟ୍ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଏପରି କିଛି କରିଛନ୍ତି ଯାହାକୁ ନେି ବିବାଦ ସୃଷ୍ଟି ହୋଇଛି । ସେ ମାର୍କେଟ୍ କମିଟିର ଜଣେ ଅଧିକାରୀଙ୍କୁ ଚାପୁଡା ମାରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହରିୟାଣାର ଆଦମପୁର ବିଧାନସଭା କ୍ଷେତ୍ରରୁ କଂଗ୍ରେସ ନେତା କୁଳଦୀପ ବିଶ୍ରାଇଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ବିଜେପି ନେତ୍ରୀ ସୋନାଲୀ ଫୋଗାଟ ଏକ ସାଧାରଣ କଥାକୁ ନେଇ ନିଜ ହିତାହିତ ଜ୍ଞାନ ଭୁଲିଯାଇଥିଲେ । ସେ ଜଣେ ଅଧିକାରୀଙ୍କ ମାଡ ମାରିଥିଲେ । ଏପରିକି ଚପଲ ମଧ୍ୟ ଦେଖାଇଥିଲେ ।

ସୂଚନାନୁସାରେ, ସୋନାଲୀ ଏକ ଧାନ ମଣ୍ଡିକୁ ବୁଲି ଯାଇଥିଲେ । ସେଠାରେ ଜଣେ ଅଧିକାରୀଙ୍କ ସହ ତାଙ୍କର କୌଣସି କାରଣରୁ ବତସା ହୋଇଥିଲା । ଏହି ବଚସା ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ ସୋନାଲୀ ସଂପୃକ୍ତ ଅଧିକାରୀଙ୍କୁ ମାଡ ମଧ୍ୟ ମାରିଥିଲେ । ଏପରିକି ମାଡ ମାରିବା ପରେ ମଧ୍ୟ ସେ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ ।

ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟରେ ଶାସନାଧିନ ମନୋହରଲାଲ ଖଟ୍ଟର ସରକାରଙ୍କୁ ଟାର୍ଗେଚ୍ କରିଛି । ଏପରିକି ସରକାରୀ ଅଧିକାରୀଙ୍କୁ ପଶୁଙ୍କ ଭଳି ବିଜେପି ନେତ୍ରୀ ମାଡ ମାରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ସରକାରୀ ଚାକିରୀ କରିବା କଣ ଅପରାଧ ବୋଲି କଂଗ୍ରେସ ସମାଲୋଚନା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.