Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଭାଜପା ନେତା ମାଆଙ୍କ ସାମନାରେ ନିଜକୁ ଗୁଳି ମାରି କଲେ ଆତ୍ମହତ୍ୟା : ସୁଇସାଇଡ ନୋଟରେ ଲେଖିଲେ କାରଣ

6/06/2019 at 10:48 AM

ଗାଜିଆବାଦ ୬/୬: ଭାଇଙ୍କ ସହ ଜମିଜମା ବିବାଦରେ ୟୁଜ୍ ଆଣ୍ଡ ଥ୍ରୋ ବ୍ୟବସାୟୀ ଏବଂ ଭାରତୀୟ ଜନତା ପାର୍ଟିର ନେତା ମାଆଙ୍କ ସାମନାରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ୧୦ମାସ ହେବ ସେମାନଙ୍କର ଜମି ବିବାଦ ଚାଲିଥିଲା। ସେ ନିଜ ଭାଗ ମାଗୁଥିଲେ,କିନ୍ତୁ ଭାଇ ଏବଂ ମାଆ ଏହାକୁ ବିରୋଧ କରୁଥିଲେ। ଦୀର୍ଘ ଦିନରୁ ଅବସାଦଗ୍ରସ୍ତ ଥିବା ଭାଜପା ନେତା ବୁଧବାର ସକାଳେ ସୁଇସାଇଡ ନୋଟ୍ ଲେଖିଥିଲେ ଏବଂ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ନିଜକୁ ଗୁଳି ମାରିଥିଲେ। ପୋଲିସ୍ ମାମଲାର ତଦନ୍ତ କରୁଛି।

ଅଶୋକ ନଗର କଲୋନୀ ବାସିନ୍ଦା ନବୀନ ଜୈନ(୫୦) ଗାନ୍ଧୀନଗର କିଶାନ ମୋର୍ଚ୍ଚା ଭାଜପା ମଣ୍ଡଳର ଅଧ୍ୟକ୍ଷ ଥିଲେ। ତାଙ୍କର ରମତେରାମ ରୋଡରେ ୟୁଜ୍ ଆଣ୍ଡ ଥ୍ରୋ କପ୍,ଥାଳି,ଗିନାର କାରଖାନା ରହିଛି। ତାଙ୍କର ଦୁଇ ଜଣ ବଡ଼ ଭାଇ ପବନ ଜୈନ ଏବଂ ପଙ୍କଜ ଜୈନ। ପବନଙ୍କ ଗାଲିଚା ଏବଂ ପଙ୍କଜଙ୍କ ତାରପୋଲିନର ବ୍ୟବସାୟ ରହିଛି। ୩ଭାଇଙ୍କ ମଧ୍ୟରେ ଗତ ୧୦ବର୍ଷରୁ ଜମିକୁ ନେଇ ବିବାଦ ଚାଲିଛି କିନ୍ତୁ ୧୦ମାସ ହେବ ଏହି ମାମଲା ବଢ଼ି ଯାଇଛି। ନବୀନଙ୍କୁ ୟୁଜ୍ ଆଣ୍ଡ ଥ୍ରୋ କପ୍,ଥାଳି,ଗିନାର କାରଖାନା କରିବାର ଯୋଜନା ଥିଲା।

ଏଥିପାଇଁ ସେ ମାଆ ଏବଂ ଭାଇଙ୍କୁ ନିଜ ଭାଗର ଜମି ମାଗୁଥିଲେ। ଭାଇ ଏବଂ ମାଆ ଜମି ଦେବାକୁ ମନା କରୁଥିଲେ। ସେ ଲଗାତାର ତାଙ୍କ ସହ କଥା ହେଉଥିଲେ। ଭାଇମାନେ ତାଙ୍କ ପୁଅଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ। ଏଥିପାଇଁ ସେ ବହୁତ ଡରିଯାଇଥିଲେ। ବୁଧବାର ସକାଳେ ପାଖାପାଖି ୧୧.୩୦ବେଳେ ସେ ଗୁପ୍ତା କଲୋନୀରେ ଥିବା ମାଆ ଶାରଦା ଜୈନଙ୍କ ଘରକୁ ଯାଇଥିଲେ। ତାଙ୍କ ସହ ଜମି ବିଷୟରେ କଥା ହୋଇଥିଲେ,କିନ୍ତୁ ସେ ନମାନିବାରୁ ମାଆଙ୍କ ସାମନାରେ ଗୁଳି ମାରି ଆତ୍ମହତ୍ୟା କରିଥିଲେ।

ଦୁଇ ଭାଇ ସବୁବେଳେ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ। କେହି ତାଙ୍କ କଥା ଶୁଣୁନଥିଲେ। ମାଆ ମଧ୍ୟ ବଡ଼ଭାଇଙ୍କ ସପକ୍ଷରେ ରହୁଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ସୁଇସାଇଡ ନୋଟ୍ ଲେଖିଥିଲେ।

ସେ ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି- ‘ ଗତ ୧୦ମାସରୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ପବନ ଜୈନ ଏବଂ ପଙ୍କଜ ଜୈନ ତାଙ୍କର ଦୁଇ ବଡ଼ ଭାଇ। ପୋଲିସ୍ ପ୍ରଶାସନରେ ତାଙ୍କର ଚିହ୍ନା ପରିଚୟ ରହିଛି। ଏହାର ଫାଇଦା ନେଇ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ମୋତେ ସବୁବେଳେ ଧମକ ଦେଉଛନ୍ତି ଯଦି ମୁଁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ କଲି ମୋ ଏକମାତ୍ର ପୁଅ ରଚିତକୁ ମାରିଦେବେ। ଏହା ସହି ନପାରି ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲି। ଯାହା ଦ୍ବାରା ମୋ ପୁଅକୁ କୈାଣସି ପ୍ରକାର କ୍ଷତି ନ ହେଉ,ଏବଂ ମୋ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ।’   

  

   Related Posts