ମର୍ନିଙ୍ଗ ୱାକରେ ଯାଇଥିବା ବେଳେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | February 08, 2019 IST

ପାଟଣା ୮/୨ : ଔରଙ୍ଗାବାଦ ଜିଲ୍ଲା ହସପୁରା ଥାନା ଅନ୍ତର୍ଗତ ଜଳପୁରା ଛକ ନିକଟରେ ଆଜି ସକାଳେ ବିଜେପି ନେତା ମଦନ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି | ମଦନ ଯାଦବ ହସପୁରା ଥାନା ଅନ୍ତର୍ଗତ ପାହାଡ଼ପୁର ଗାଁରେ ରହୁଥିଲେ | ବିଜେପି ନେତାଙ୍କ ହତ୍ୟା ପରେ ପୁରା ଅଂଚଳରେ ଉତ୍ତେଜନା ଖେଳିଯାଇଛି | ଖବରପାଇ ହସପୁରା ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ | ପୋଲିସ ଅଧିକାରୀ ଅଶ୍ୱିନୀ କୁମାର କହିଛନ୍ତି ଯେ, ଅପରାଧୀଙ୍କୁ ଖୋଜିବା ପାଇଁ ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି | ଘଟଣାରେ ଉତ୍ତେଜିତ ଲୋକେ ହସପୁରା ବନ୍ଦ ରଖିଛନ୍ତି | ହସପୁରା ଅଂଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି | ଦାଉଦନଗର ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି |

{"id":83122}


ସୂଚନାଯୋଗ୍ୟ ଯେ, ମଦନ ଯାଦବ ପ୍ରତିଦିନ ସକାଳୁ ମର୍ନିଙ୍ଗ ୱାକରେ ଯାଆନ୍ତି | ଆଜି ମଧ୍ୟ ପ୍ରତିଦିନ ଭଳି ସେ ସକାଳୁ ମର୍ନିଙ୍ଗ ୱାକ ପାଇଁ ଘରୁ ବାହାରିଥିଲେ | ସେ ଯେତେବେଳେ ଜଳପୁରା ଛକ ନିକଟରେ ପହଁଚିଲେ ଅପରାଧୀ ତାଙ୍କୁ ପାଖରୁ ଗୁଳି କରି ହତ୍ୟା କରିଥିଲେ | ମଦନ ଯାଦବଙ୍କୁ ଦୁଇଟି ଗୁଳି ବାଜିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି | ଗୋଟିଏ ଗୁଳି ତାଙ୍କ ପେଟ ଏବଂ ଅନ୍ୟ ଗୁଳି ତାଙ୍କ ମୁଣ୍ଡରେ ବାଜିଛି | ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |


ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ | ଖବରପାଇ ହସପୁରା ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା |

{"id":83123}


ସୂଚନାଯୋଗ୍ୟ ଯେ, ମଦନ ଯାଦବ ଗତ ୩ ଟର୍ମ ଧରି ଆରଜେଡିର ଅଧ୍ୟକ୍ଷ ଥିଲେ | କିନ୍ତୁ ଗତ ବିଧାନସଭା ନିର୍ବାଚନ ବେଳେ ସେ ଆରଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ | ତେବେ ହତ୍ୟାର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.