ଲୋକସଭାରେ ବିଜେଡି ୨୧ରୁ ୨୧ ସିଟ୍ ଦଖଲ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଲେ ସମ୍ବିତ ପାତ୍ର
25/03/2019 at 1:09 PM

ଭୁବନେଶ୍ବର ୨୫/୩ : ଲୋକସଭାରେ ବିଜେଡି ୨୧ରୁ ୨୧ ସିଟ୍ ଦଖଲ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ତଥା ପୁରୀ ଲୋକସଭା ଆନରୁ ବିଜେପି ପ୍ରର୍ଥୀ ପ୍ରତିକ୍ରିୟା ରଖିଛନ୍ତି | ସମ୍ବିତ କହିଛନ୍ତି ଏହା ଅନ୍ତ୍ୟନ୍ତ ଦୁର୍ଭାଗ୍ୟଜନକ ମନ୍ତବ୍ୟ | ନବୀନ ବାବୁ କେନ୍ଦ୍ରରେ ମଜବୁତ ସରକାର ଚାହାନ୍ତି ନା ମଜବୁର ସରକାର ଚାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ | କେନ୍ଦ୍ରରେ ଦୃଢ ସରକାର ହେଲେ ଏୟାର ଷ୍ଟ୍ରାଇକ ଭଳି ଦୃଢ ପଦକ୍ଷେପ ନିଆଯାଇପାରିବ | ବିଜେପି ହିଁ ଓଡିଶାରେ ସବୁ ଲୋକସଭା ଆସନରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସମ୍ବିତ |
ସୂଚନାଯୋଗ୍ୟ ଯେ, ଗତକାଲି ନୟାଗଡ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତକାଲି ନବୀନ ପ୍ରଥମ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ | କେନ୍ଦ୍ରରେ ବିଜେଡି ପ୍ରମୁଖ ଭୂମିକା ନେବ ବୋଲି କହିଥିଲେ ନବୀନ | ଓଡ଼ିଶାରେ ୨୧ରୁ ୨୧ ଲୋକସଭା ସିଟ୍ ବିଜେଡି ଅକ୍ତିଆର କରିବ ବୋଲି ମଧ୍ୟ ଦୃଢୋକ୍ତି କରିଥିଲେ ବିଜେଡି ସୁପ୍ରିମୋ ।
ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଥିଲେ ନବୀନ । କହିଥିଲେ ସେମାନଙ୍କ ହାଇକମାଣ୍ଡ ଦିଲ୍ଲୀରେ । ଆମ ହାଇକମାଣ୍ଡ ଓଡ଼ିଆ ଏବଂ ଓଡିଶାରେ ରୁହନ୍ତି । ସ୍ବତନ୍ତ୍ର ରାଜ୍ୟପାହ୍ୟା ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଉଭୟ ଦଳକୁ ଘନଘନ ଟାର୍ଗେଟ୍ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ସିଧାସିଧା କହିଥିଲେ ଯେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏକି ମହିଳାଙ୍କୁ ସଂସଦ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେଇଛି ।ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛି। ଆଉ ଏହାପରେ ନବୀନ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରଥମ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହାକୁ ପାଳନ କରିନାହିଁ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଥିଲେ ଓଡ଼ିଶାରେ ବହୁତ ଉନ୍ନତି ହୋଇଥାନ୍ତା । ଦୁଇଗୁଣା ନିଯୁକ୍ତି ମିଳିଥାନ୍ତା । ସେହିଭଳି ଓଡ଼ିଶାରୁ ରେଳବାଇ ୨୦ ହଜାର କୋଟି ନେଉଥିବା ବେଳେ ମାତ୍ର ବାର୍ଷିକ ୧ ହଜାର କୋଟି ଟଙ୍କା ଦେଉଛି, କୋଇଲା ବାବଦରେ କେନ୍ଦ୍ର ହଜର ହଜାର କୋଟି ଟଙ୍କା ନେଉଥିବା ବେଳେ ଓଡ଼ିଶାକୁ ପ୍ରଦୂଷଣ ଧୂଳି ପାଉଛି |