Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରୋବର୍ଟ ବାଡ୍ରା ରୋଡ଼ପତିରୁ କୋଟିପତି କେମିତି ହେଲେ ଜବାବ ମାଗିଲେ ବିଜେପି ନେତା ସମ୍ବିତ ପାତ୍ର

6/02/2019 at 3:02 PM

ଦିଲ୍ଲୀ ୬/୨ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରୋବର୍ଟ ବାଡ୍ରା ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ତାରିଖ | ଏଭଳି ସ୍ଥିତିରେ ବିଜେପି ରୋବର୍ଟ ବାଡ୍ରା ଏବଂ କଂଗ୍ରେସକୁ ଟାର୍ଗେଟ କରିଛି | ଆଜି ବିଜେପି ନେତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ | ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଥିଲେ ଯେ, କଂଗ୍ରେସ ଅଫିସ ବାହାରେ ଦୁଇ ଅପରାଧୀଙ୍କ ପୋଷ୍ଟର ଲାଗିଛି | ଏହି ଦୁଇ ଅପରାଧୀ ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ରୋବର୍ଟ ବାଡ୍ରା |


ସମ୍ବିତ ପାତ୍ର କହିଥିଲେ ଯେ, ରୋବର୍ଟ ବାଡ୍ରା ଲଣ୍ଡନରେ ଅବୈଧ ସମ୍ପତ୍ତି କିଣିଛନ୍ତି | ଲଣ୍ଡନରେ ରୋବର୍ଟ ବାଡ୍ରାଙ୍କର ପାଖାପାଖି ୮/୯ଟି ବଡ ସମ୍ପତ୍ତି ରହିଛି | ଏଥି ମଧ୍ୟରୁ ଗୋଟିଏ ୨୦୦୯ ମସିହାରେ ପେଟ୍ରୋଲିୟମ ଡିଲ ପାଇଁ କମିଶନରେ ମିଳିଥିଲା | ଏହାର ସେୟାର ଜୀନଟେକ୍ସ କମ୍ପାନୀରୁ ସ୍କାଇଲାଇଟ କମ୍ପାନୀ ସହ ସେୟାର କରାଯାଇଛି | ରୋବର୍ଟ ବାଡ୍ରା ପିଏମଏଲଏ ମାମଲାର ଅଭିଯୁକ୍ତ | ଅପରପକ୍ଷରେ ରାହୁଲ ଗାନ୍ଧୀ ଜାମିନରେ ବାହାରେ ବୁଲୁଛନ୍ତି ବୋଲି କହିଥିଲେ ସମ୍ବିତ | ସେ ଆହୁରି କହିଥିଲେ ଯେ, ଭ୍ରଷ୍ଟାଚାର, ଦୁର୍ନୀତି କଂଗ୍ରେସର ଏଜେଣ୍ଡାରେ ରହିଛି |


ସମ୍ବିତ କହିଥିଲେ ଯେ, ଦିଲ୍ଲୀର ମାଲଚା ମାର୍ଗରେ ମଧ୍ୟ ରୋବର୍ଟ ବାଡ୍ରାଙ୍କର ଏକ ସମ୍ପତ୍ତି ରହିଛି | ଏହି ସମ୍ପତ୍ତି ସମ୍ପର୍କରେ ବହୁତ ଲୋକ ଜାଣିଛନ୍ତି | କାରଣ ସେହି ପ୍ରପର୍ଟି ଜଗଦୀଶ ଶର୍ମାଙ୍କ ନାଁରେ ଅଛି ବୋଲି କହିଥିଲେ ସମ୍ବିତ | ଜଗଦୀଶ ଶର୍ମା ରୋବର୍ଟ ବାଡ୍ରାଙ୍କ ଘନିଷ୍ଠ ବନ୍ଧୁ | ପରେ ପରେ ଏହି ପ୍ରପର୍ଟିକୁ MGR-MGF କୁ ଦିଆଯାଇଥିଲା, ଯିଏ ଅଗଷ୍ଠା ୱେଷ୍ଟଲ୍ୟାଣ୍ଡ ମାମଲାରେ ଅଭିଯୁକ୍ତ ଥିଲେ |


ସମ୍ବିତ ପତ୍ର କହିଥିଲେ ଯେ, ୨୦୧୯ ଯୁଦ୍ଧ ବିମାନ ଦୁର୍ନୀତି ଏବଂ ପାରଦର୍ଶୀ ଶାସନ ମଧ୍ୟରେ ହେବ | ସେ କହିଥିଲେ ଯେ, କଂଗ୍ରେସ ଜବାବ ରଖିବା ଉଚିତ ଯେ, ଜଣେ ରୋଡ଼ପତି ଅଚାନକ କୋଟିପତି କେମିତି ହେଲା | କମ୍ପାନୀ ଖୋଲିଲାବେଳେ ରୋବର୍ଟ ବାଡ୍ରାଙ୍କ ପାଖରେ ଲକ୍ଷେ ଟଙ୍କା ମଧ୍ୟ ନଥିଲା | କିନ୍ତୁ ଏବେ ସେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ |


ଏହା ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବାହାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରୋବର୍ଟ ବାଡ୍ରାଙ୍କ କିଛି ପୋଷ୍ଟର ଲାଗିଥିଲା | ଏହି ପୋଷ୍ଟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା |

   Related Posts