ମହିଳାଙ୍କୁ ବିକାଶର ଡବଲ ଇଂଜିନ କହିଲେ ନବୀନ : ନବୀନଙ୍କ ପ୍ରଶଂସାରେ ଶତମୁଖ ମହାରାଷ୍ଟ୍ରର ବିଜେପି ନେତ୍ରୀ ସାଇନା ଏନ୍ସି

Published By : Prameya-News7 Bureau | April 05, 2019 IST

ଭୁବନେଶ୍ୱର ୫/୪ ( ରୁଦ୍ର ନାରାୟଣ ଦାସ, ସବନମ୍ ଆଦେନୀ ) : ମହିଳା ସଂରକ୍ଷଣ ନେଇ ବିଜେଡି -ବିଜେପି ମୁହାଁମୁହିଁ ହୋଇଛନ୍ତି । ମହିଳା ସଂରକ୍ଷଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କହିଥିଲେ ଯେ, ମହିଳାମାନେ ହିଁ ବିକାଶର ଡବଲ ଇଂଜିନ୍ । ସେପଟେ ନବୀନଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ନବୀନଙ୍କ ଏହା ଲଙ୍କାରେ ହରିଶଦ୍ଦ । ସେପଟେ ମହିଳା ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ବିଜେପି ନେତ୍ରୀ ସାଇନା ଏନ୍ସି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିବା ଘଟଣା ଏହାକୁ ନୂଆ ମୋଡ ଦେଇଛି ।…

{"id":100562}


ବିକାଶର ଡବଲ୍ ଇଂଜିନ୍ କିଏ ? ନବୀନଙ୍କ ମତରେ ବିକାଶର ଡବଲ ଇଂଜିନ୍ ହେଉଛନ୍ତି ମହିଳା । ନବୀନଙ୍କ ଏହି ମତ ଉପରେ ଜୋର ଧରିଲାଣି ରାଜନୀତି । ନିର୍ବାଚନ ପ୍ରଚାରରେ ବାରମ୍ବାର ଓଡ଼ିଶା ଆସି ନବୀନ ସରକାରଙ୍କୁ ମୋଦି ସମାଲୋଚନା କରିଥିଲେ । କହିଥିଲେ କେନ୍ଦ୍ର ଓ ରାଜ୍ୟରେ ବିଜେପିକୁ ଜିତାଇବା ପାଇଁ ଡବଲ୍ ଇଂଜିନର ଆବଶ୍ୟକ । ଏହି ଡବଲ ଇଂଜିନ୍ ହିଁ ବିକାଶ ଆଣିବ ।

{"id":100566}

ସେହିପରି ବିଜେପି ନେତାଏ ବି ବାରମ୍ବାର ବିକାଶର ଡବଲ ଇଞ୍ଜିନ କହି ପ୍ରଚାରରେ ମାତିଛନ୍ତି । ଏହାର କାଉଣ୍ଟର କରି ନବୀନ କହିଥିଲେ ଯେ ମହିଳାମାନେ ହିଁ ବିକାଶର ଡବଲ ଇଞ୍ଜିନ୍ । ଏପରିକି ଓଡ଼ିଶାରେ ୨୧ ଲୋକସଭା ଆସନରୁ ବିଜେଡି ୭ ମହିଳାଙ୍କୁ ପ୍ରାର୍ଥୀ କରି ବିଜେଡି ତାର ପ୍ରତିଶ୍ରୁତି ବଦ୍ଧତାର ପ୍ରମାଣ ଦେଇଛି ।

{"id":100563}


ସେପଟେ ମହାରାଷ୍ଟ୍ରର ବିଜେପି ନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସାଇନା ଏନ୍ସି ମହିଳା ସଂରକ୍ଷଣ ନେଇ ନବୀନଙ୍କ ପ୍ରଶଂସାରେ ଶତମୁଖ । ଓଡ଼ିଶାର ବିଜେଡି ସରକାର ଓ ପଶ୍ଚିମବଙ୍ଗର ମମତା ସରକାର ୩୩ରୁ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପ୍ରଶଂସନୀୟ ଏବଂ ସକରାତ୍ମକ ଗଣତାନ୍ତ୍ରିକ ପଦକ୍ଷେପ । ଏହି ପ୍ରସଙ୍ଗରେ ତାଙ୍କ ନିଜ ଦଳ ବିଜେପି, ତାର ସହଯୋଗୀ ଶିବସେନା, କଂଗ୍ରେସ ଏବଂ ଅନ୍ୟ ଜାତୀୟ ଦଳ ବିଫଳ ବୋଲି ଆକ୍ଷେପ କରିଛନ୍ତି ସାଇନା ।

{"id":100564}


ମହାରାଷ୍ଟ୍ରର ବିଜେପି ମୁଖପାତ୍ର ନବୀନଙ୍କୁ ଏଭଳି ପ୍ରଶଂସା କରିବା ଓଡ଼ିଶାରେ ବିଜେପିକୁ ଅଡୁଆରେ ପକାଇଛି । ମହିଳାଙ୍କ ସଶକ୍ତି କରଣ ନେଇ କଣ ବିଜେପି ଠାରୁ ବିଜେଡି ଆଗୁଆ ଏଭଳି ପ୍ରଶ୍ନ ଉଠିବା ପରେ ଏନେଇ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ମୁହଁରେ ଏଭଳି କଥା ଲଙ୍କାରେ ହରିଶବ୍ଦ ବୋଲି କହିଛନ୍ତି। କୁନ୍ଦୁଲି, ବେବିନା ଗଣଦୁଷ୍କର୍ମ ଘଟଣାର ଉଦାହରଣ ଦେଇ ଧର୍ମେନ୍ଦ୍ର ନବୀନଙ୍କୁ ଆକ୍ଷେପ କରିଛନ୍ତି।ଏପରିକି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଅସଦାଚରଣ ବିରୋଧରେ ନବୀନ ନିବାସ ସାମ୍ନାରେ ଜଣେ ମହିଳାଙ୍କ ଆତ୍ମହୁତି ଉଦ୍ୟମ କଥାକୁ ବି ମନେପକାଇ ସମାଲୋଚନା କରିଛନ୍ତି। ଯାହାର ଜବାବ ରଖିଛି ବିଜେଡି ।

{"id":100565}


ନିର୍ବାଚନ ବେଳେ ମହିଳା ସଂରକ୍ଷଣ ନେଇ ଏବେ ବିଜେପି ବିଜେଡି ମୁହାଁମୁହିଁ । ଏହି ପ୍ରସଙ୍ଗରେ କିଏ କେତେ ମାଇଲେଜ୍ ନେବ ଉଭୟ ଦଳ ଭିତିରେ ଚାଲିଛି ଟଣା ଓଟରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.