ପ୍ରିୟଙ୍କାଙ୍କୁ ରାଜନୀତି ସ୍କଟରୁ ପିନ୍ଧେଇଦେଲା ଶାଢ଼ି ,ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ

Published By : Prameya-News7 Bureau | April 03, 2019 IST

ନୂଆଦିଲ୍ଲୀ ୩।୪: ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ଚାଲିଥିବାବେଳେ ନେତାମାନଙ୍କ ବିରୋଧୀଦଳ ଓ ମନ୍ତ୍ରୀଙ୍କ ଉପରେ ବିଭିନ୍ନ ପ୍ରକାର ଆକ୍ଷେପ ଦେଖିବାକୁ ମିଳୁଛି।

{"id":99872}

ଏହି କ୍ରମରେ ଉତ୍ତରପ୍ରଦେଶ ମେର ଠାରେ ଆୟୋଜିତ ଏକ ଜନସଭାରେ ବିଜେପି ନେତା ଜୟକରଣ ଗୁପ୍ତା ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, କଂଗ୍ରେସର ଜଣେ ନେତା ତ ବଡ଼ ଜୋର ଜୋର କହୁଛନ୍ତି ‘ଆଚ୍ଛେ ଦିନ ଆୟେ ?’। କିନ୍ତୁ କ’ଣ ତାଙ୍କୁ ଆଚ୍ଛେ ଦିନ ଦେଖାଯାଉନାହିଁ କି ? ଏପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନ ନେଇ ଚାକାରାଣୀ ସହିତ ତୁଳନା କରି କହିଛନ୍ତି ଯେ, ସୁଟ୍ ପିନ୍ଧୁଥିବା ବାଈ ଏବେ ଶାଢ଼ି ପିନ୍ଧି ମନ୍ଦିରକୁ ଯିବାକୁ ଲାଗିଛନ୍ତି ବୋଲି କହିଛନ୍ତି ଜୟକରଣ ଗୁପ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.