Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଋଣ ଖିଲାପ ପାଇଁ ଦୁଷ୍କର୍ମ ଧମକ : ବିଜେପି ନେତାଙ୍କ ସାଙ୍ଘାତିକ ନିର୍ଦ୍ଦେଶକୁ ନେଇ ଆଲୋଡନ, ଜଣେ ଋଣୀ ପାଇଁ ସାରା ସଂପ୍ରଦାୟକୁ ବଦନାମ କରିବାକୁ କହିଲେ

9/11/2020 at 5:14 PM

ବେଙ୍ଗାଲୁରୁ, ୦୯୧୧:   ଲୋନ୍ ନ ଫେରାଇଲେ ଯୁବତୀଙ୍କୁ ଦୁଷ୍କର୍ମ କର । ଜଣେ ବ୍ୟକ୍ତିଙ୍କୁ ଏପରି ସାଙ୍ଘାତିକ ପରାମର୍ଶ ଦେଇଥିବା କର୍ଣ୍ଣାଟକର ଜନୈକ ବିଜେପି ନେତାଙ୍କୁ ପୋଲିସ ଗିରଫ କରଛି ।ଗିରଫ ନେତା ହେଲେ ଜଗାଲୁରୁ ଜିଲ୍ଲାର ବିଜେପି ଓବିସି ମୋର୍ଚ୍ଚା ଉପସଭାପତି । ଏହି ନେତାଙ୍କର ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ ହୋଇଛି ।

ଗିରଫ ବିଜେପି ନେତା ହେଲେ ଉଜ୍ଜୟିନୀ ସାଗର ଅଞ୍ଜନାପ୍ପା । ତାଙ୍କର ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଛି । ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ କିପରି ଦେଇଥିବା ଲୋନ୍ ଫେରାଇ ଆଣିପାରିବେ ସେନେଇ ପରାମର୍ଶ ଦେଉଛନ୍ତି ।

ସୂଚନାନୁସାରେ, ଉଜ୍ଜୟିନୀ ସାଗରଙ୍କୁ ରେଭାନସିଦ୍ଦାପ୍ପା କୌଣସି ଏକ ଲୋନ୍ କିପରି ଭରଣା କରାଯିବ ପଚାରିଥିଲେ । କାରଣ ରେଭାନସିଦ୍ଦାପ୍ପା ଜଣେ ବ୍ୟକ୍ତିଙ୍କୁ ଲୋନ୍ ଦେଇଥିଲେ । ବ୍ୟକ୍ତିଜଣଙ୍କ ମାଡିଓ୍ୱାଲା ସଂପ୍ରଦାୟର ଥିଲେ । ସେ ନେଇଥିବା ଲୋନ୍ ଫେରାଉ ନଥିଲେ । ତେବେ ଏହି ସଂପ୍ରଦାୟର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଜ୍ଜୟିନୀ ରେଭାନସିଦ୍ଦାପ୍ପାଙ୍କୁ ପରାମର୍ଶ ଦେଇଥିଲେ । ଏପରିକି ରେଭାନଙ୍କୁ ଜେଲରୁ ମୁକୁଳାଇବାରେ ସେ ସାହାଯ୍ୟ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଉଜ୍ଜୟିନୀଙ୍କ ଏହି ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ବିବାଦ ବଢିଥିଲା । ଅନେକ ସଂପ୍ରଦାୟର ବ୍ୟକ୍ତି ଥାନା ଆଗରେ ଧାରମା ଦେବା ସହ ଉଜ୍ଜୟିନୀଙ୍କୁ ଗିରଫ ପାଇଁ ଦାବି କରିଥିଲେ । ପରେ ପୋଲିସ ଅଭିଯୋଗ ଆଧାରରେ ଉଜ୍ଜୟିନୀଙ୍କୁ ଗିରଫ କରିଛି । ଏପରିକି ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଛି ।

   Related Posts