Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

‘କଂଗ୍ରେସ ବିସର୍ଜନ ଦିବସ ପାଳନ କରୁଛି, ରାହୁଲ ତର୍ପଣ କରିବାକୁ ଇଟାଲି ଯାଇଛନ୍ତି’- ଆକ୍ଷେପ କଲେ ବିଜେପି ନେତା ନରୋତ୍ତମ ମିଶ୍ର

29/12/2020 at 12:37 PM

ଭୋପାଳ,୨୯/୧୨:  କଂଗ୍ରେସର ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ଉପସ୍ଥିତ ନଥିଲେ । ଦଳର ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ସେ ବିଦେଶରେ ଥିଲେ । ଏହାକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା ଓ କଟାକ୍ଷ କରାଯାଉଛି । ଅନେକ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି । ଏହାମଧ୍ୟରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ରାହୁଲ ଗାନ୍ଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ।

ନରୋତ୍ତମ ମିଶ୍ର କହିଛନ୍ତି ଯେ,କଂଗ୍ରେସର ପ୍ରତିଷ୍ଠା ଦିବସ ହେଉଛି ବିସର୍ଜନ ଦିବସ । ଦଳ ବିସର୍ଜନ ଦିବସ ପାଳନ କରୁଛି । ରାହୁଲ ତର୍ପଣ କରିବାକୁ ଇଟାଲି ଯାଇଛନ୍ତି । ଆହୁରି ମଧ୍ୟ ରାହୁଲଙ୍କୁ ରଣଛୋଡଦାସ ମଧ୍ୟ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ସୋମବାର ଗଣମାଧ୍ୟମ ସହ ଆଲୋଚନା କରି ନରୋତ୍ତମ କହିଛନ୍ତି ଯେ, ଏବେ କଂଗ୍ରେସ ଯେଉଁ ସ୍ଥିତିରେ ଅଛି ତାକୁ ଦେଖିଲେ ଦଳ ବିସର୍ଜନ ଦିବସ ପାଳନ କରୁଥିବା ଭଳି ଲାଗୁଛି । କୃଷକ ଆନ୍ଦୋଳନ ମଧ୍ୟରେ ରାହୁଲ ଜେଜେ ମାଆଙ୍କୁ ଭେଟିବାକୁ ଇଟାଲି ଯାଇଛନ୍ତି । ତାଙ୍କର ବୟସ ୫୫ ହେଲେ ମଧ୍ୟ ତାଙ୍କର ପିଲାଳିଆମି ଯାଇନାହିଁ । ଓବାମା ଓ ଶିବସେନା ମଧ୍ୟ ପୂର୍ବରୁ ଏପରି କହିସାରିଛନ୍ତି । କଂଗ୍ରେସର ପ୍ରତିଷ୍ଠା ବିଦେଶୀ ନାଗରିକ କରିଥିଲେ, ସେଥିପାଇଁ ବୋଧହୁଏ ରାହୁଲ ତର୍ପଣ କରିବାକୁ ଯାଇଥିବା ସେ କହିଛନ୍ତି ।

   Related Posts