ବିଜେପି ନେତା କହିଲେ ରାମଭକ୍ତ ହନୁମାନ ମୁସଲମାନ ଥିଲେ

Published By : Prameya-News7 Bureau | December 20, 2018 IST

ଲକ୍ଷ୍ନୌ୨୦|୧୨:ବଜରଂଗବାଲି ଏକାଦଶ ରୁଦ୍ର, ପୱନପୁତ୍ର, ଅଂଜନୀ ପୁତ୍ର ଆଦି ବିଭିନ୍ନ ନାମରେ ପୂଜାପାଉଥିବା ଏହି ରାମଭକ୍ତହନୁମାନଙ୍କ ଜାତିକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । କେବେ କିଏ ତାଙ୍କୁ ଦଳତ ଜାତିର ବୋଲିକହିଥିବାବେଳେ କିଏ ତାଙ୍କୁ ଜୈନ ବୋଲି କହିଛନ୍ତି । କିନ୍ତୁ ଆଜି ତାଙ୍କୁ ମୁସଲମାନ ବୋଲି ମଧ୍ୟ କହିବାସହ ତା ପଛରେ କଣ ଯୁକ୍ତି ରହିଛି ସତାହା ବଖାଣିଛନ୍ତି ଜଣେ ରାଜନେତା । ସମାଜବାଦୀ ପାର୍ଟିରୁ ନିକଟରେଭାରତୀୟ ଜନତା ପାର୍ଟିକୁ ଡେଇଁଥିବା ଉତ୍ତର ପ୍ରଦେଶ ବିଧାନ ପରିଷଦ ସଭ୍ୟ ବୁକ୍କଲ ନବାବ ଏ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁସଲମାନ ଧର୍ମାବଲମ୍ବୀଙ୍କ ନାମ କରଣକୁ ଠିକରେ ଅନୁଧ୍ୟନ କଲେ ଜାଣିହେବ ଯେ,ହନୁମାନ ମୁସଲମାନ ଥିଲେ । ମୁସଲମାନ ଧର୍ମାବଲମ୍ବୀଙ୍କ ନାଁ ର ଶେଷ ଅକ୍ଷରଟି ପ୍ରାୟ ନ ହୋଇଥାଏ ।ଯେମିତିକି ସଲମାଲ, ଇମ୍ରାନ, ରେହେମାନ ଇତ୍ୟାଦି । ବଜରଂଗବାଲିଙ୍କ ନା ମଧ୍ୟ ହନୁମାନ ଓ ଏହାର ଶେଷଅକ୍ଷରଟି ନ ।

ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନ ଦଳିତ ସଂପ୍ରଦାୟର ଥିଲେ ବୋଲି ବୟାନ ଦେଇ ଚର୍ଚ୍ଚିତହୋଇଥିଲେ । ବୁକ୍କଲ ନବାବଙ୍କ େହି ବୟାନ ସମଗ୍ର ଦେଶରେ ପୁଣି ଝଡ ସୃଷ୍ଟି କରିବାକୁ ଯାଉଛି ।ସ୍ମରଣଯୋଗ୍ୟଯେ, ହନୁମାନଙ୍କ ତ୍ରେତୟା ଯୁଗର ଦେବତା ବୋଲି କୁହାଯାଏ । ତ୍ରେତେୟା ଯୁଗରେ ଇସଲାମ ଧର୍ମର ଚିହ୍ନବର୍ଣ୍ଣନଥିଲା । ତା ସତ୍ବେ ତାଙ୍କୁ ମୁସଲମାନ କହିବା କେତେଦୂର ଯଥାର୍ଥ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.