Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭାରତ ରତ୍ନ ବିରୋଧରେ ଅସମ୍ବିଧାନିକ ମନ୍ତବ୍ୟ ଦେଇ ଫସିଗଲେ ଗାୟକ : ବିଜେପି ନେତା ଦେଲେ ଏଫଆଇଆର

27/01/2019 at 5:42 PM

ଲଙ୍କା ୨୭/୧ : ଦେଶର ସର୍ବୋଚ୍ଚ ନାଗରିକ ‘ଭାରତ ରତ୍ନ’ ବିରୋଧରେ କଥିତ ସମ୍ବିଧାନିକ ଭାଷାର ପ୍ରୟୋଗ କରି ଅହମିୟା ଗାୟକ ଜୁବେନ ଗର୍ଗ ଫସିଯାଇଛନ୍ତି | ଏହି ଅସମ୍ବିଧାନିକ ଭାଷାର ଏକ ଅଡିଓ କ୍ଲିପ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟ୍ସ ଅପରେ ଭାଇରାଲ ହୋଇଛି | ତାଙ୍କ ବିରୋଧରେ ଆସାମର ବିଜେପି କିଷାନ ମୋର୍ଚ୍ଚାର ପ୍ରଦେଶ ଉପାଧ୍ୟକ୍ଷ ସତ୍ୟ ରଞ୍ଜନ ବୋରାହ ଲଙ୍କା ଥାନାରେ ଏକ ଏଫଆଇଆର ରୁଜ୍ଜୁ କରିଛନ୍ତି |


ବୋରାହ ନିଜ ଫେସବୁକ ପେଜରେ ଏକ ବୟାନ ଦେଇଛନ୍ତି ଯେ, ଜୁବେନ ଗର୍ଗଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ | କିନ୍ତୁ ତାଙ୍କର ବ୍ୟବହାର ଆସାମ ସମାଜ ପାଇଁ ଗ୍ରହଣୀୟ ନୁହେଁ | ଅଡିଓ କ୍ଲିପ ଜୁବେନ ଦ୍ୱାରା ରେକର୍ଡ କରାଯାଇଛି ନା ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | କିନ୍ତୁ ଏଭଳି ମନ୍ତବ୍ୟ ଯୁବ ପିଢ଼ିଙ୍କ ମଧ୍ୟରେ ନକାରାତ୍ମକ ଭାବନାକୁ ବୃଦ୍ଧି କରିବ ବୋଲି କହିଛନ୍ତି ବୋରାହ | ଜୁବେନ ଗର୍ଗ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ତାଙ୍କୁ ଏକ ଅନୁଷ୍ଠାନ କହିଲେ ଭୁଲ ହେବ ନାହିଁ | ତାଙ୍କର ଅନେକ ପ୍ରଶଂସକ ଏବଂ ଫଲୋୟର୍ସ ଅଛନ୍ତି | ଏଭଳି ମନ୍ତବ୍ୟ ତାଙ୍କୁ ଶୋଭା ପାଉନାହିଁ ବୋଲି କହିଛନ୍ତି ବୋରାହ |


ଉତ୍ତର ଭାରତର ଅନେକ ରାଜ୍ୟ ସହ ଆସାମରେ ମଧ୍ୟ ବିବାଦସ୍ପଦ ନାଗରିକତା ସଂଶୋଧନକୁ ବିରୋଧ କରାଯାଇଛି | ଗାୟକ ଜୁବେନ ମଧ୍ୟ ଏହି ସଂଶୋଧନକୁ ବିରୋଧ କରିଛନ୍ତି | ଏହାକୁ ବିରୋଧ କରି ଜୁବେନ “ପୋଲିଟିକ୍ସ ନୋକୋରିବା ବନ୍ଧୁ” ଗୀତ ଲେଖିଛନ୍ତି | ଭାରତ ରତ୍ନ ସମ୍ମାନ ଘୋଷଣା ପରେ ଶୁକ୍ରବାର ରାତିରେ ବୋରାହଙ୍କ ପାଖକୁ ଏକ କ୍ଲିପ ଆସିଥିଲା | ବୋରାହ କରିଛନ୍ତି ଯେ, ଜୁବେନ ଯାହା କହିଛନ୍ତି ତାକୁ ଦୋହରାଇବା ଉଚିତ ନୁହେଁ | ଭାରତ ରତ୍ନ ସମ୍ମାନକୁ ବଦନାମ କରି ଡାକ୍ତର ଭୂପେନ ହଜାରିକାଙ୍କୁ ମଧ୍ୟ ଅପମାନ କରିଛନ୍ତି | ଭୂପେନ ହଜାରିକାଙ୍କୁ ଲୋକେ ଆସାମର ସ୍ୱର ଭାବେ ସମ୍ମାନ କରନ୍ତି | ଭୂପେନଙ୍କ ପାଇଁ ଆସାମବାସୀ ଗର୍ବ କରନ୍ତି ବୋଲି କହିଛନ୍ତି ବୋରାହ |


ଏଫଆଇଆରରେ ବୋରାହ କହିଛନ୍ତି ଯେ, ପୋଲିସ ଏହି ମାମଲାର ତଦନ୍ତ ଠିକ ଭାବେ କରିବ ଉଚିତ ଏବଂ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ | ଯାହାଫଳରେ ଏଭଳି ସମାଜ ବିରୋଧୀ କାର୍ଯ୍ୟକୁ ରୋକା କାଇପାରିବ | ଲଙ୍କା ପୋଲିସ ଆଇପିସିର ଧାରା ୨୯୪, ୫୦୦, ୫୦୬ ଏବଂ ୬୭ ଆକ୍ଟରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |

   Related Posts