'ଚିଟ୍‌ଫଣ୍ଡ ମାନେ ବିଜେଡି, ବିଜେଡି ମାନେ ଚିଟ୍‌ଫଣ୍ଡ' : ପ୍ରତାପ ଷଡଙ୍ଗୀ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪ : ଚିଟଫଣ୍ଡ ପ୍ରସଙ୍ଗରେ ପ୍ରେସମିଟ୍ କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି ବିଜେଡି ମାନେ ଚିଟଫଣ୍ଡ ଓ ଚିଟଫଣ୍ଡ ମାନେ ବିଜେଡି । ବିଜେଡି ବଡ ଜାଲିଆତି ଦଳ । ସରକାରଙ୍କ ସତ୍ ସାହସ ନାହିଁ ଜଣଙ୍କୁ ଧରିବାକୁ । ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ କଷ୍ଟୋପାର୍ଜିତ ଧନକୁ ହରିଲୁଟ କରାଯାଇଛି ।

ସାଂସଦ ବିଧାୟକଙ୍କ ସହ ଆଡଭୋକେଟ୍ ଜେନେରାଲ ମଧ୍ୟ ସଂଶ୍ଳିଷ୍ଟ । ଚଟୁ ଆଇଁଷ କିନ୍ତୁ ବେଣ୍ଟ ନିରାମିଷ । ୨୦ ଲକ୍ଷ ପରିବାର ଜର୍ଜରିତ, ୬୦୦ ଏଜେଣ୍ଟ ଆତ୍ମହତ୍ୟା କରିଛନ୍ତି । ୧୩ଲକ୍ଷ ଲୋକ ସତ୍ୟପାଠ ଦାଖଲ କଲେ କିନ୍ତୁ କେତେ ଜଣ ପଇସା ପାଇଲେ ବୋଲି ପ୍ରଶ୍ନ କରିଛି ବିଜେପି । ପ୍ରଚାରକୁ ବାହାରିବା ପୂର୍ବରୁ ନବୀନ ଏହାର ଜବାବ ଦିଅନ୍ତୁ ବୋଲି ବିଜେପି କହିଛି । ଚିଟଫଣ୍ଡ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେଇ ପ୍ରମାଣିତ କଲେ ଯେ ସେ ଚିଟଫଣ୍ଡ ଲୁଟେରାଙ୍କ ସହ ଥିଲେ ଅଛନ୍ତି ଆଉ ରହିବେ ମଧ୍ୟ ।

ବିଧାନସଭାରେ ଅନ୍ତରୀଣ ରିପୋର୍ଟ ଦେଇପାରିବାର ବ୍ୟବସ୍ଥା ଥିଲେ ମଧ୍ୟ ଚିଟଫଣ୍ଡ ତଥ୍ୟ ଦେଲେନି । ଆରଟିଆଇରେ ମଧ୍ୟ ତଥ୍ୟ ପ୍ରଦାନ କରୁନାହାନ୍ତି । ଚିଟଫଣ୍ଡ ଘଟଣାରେ ଶ୍ବେତପତ୍ର ପ୍ରକାଶ କରିବାକୁ ବିଜେପିର ଦାବି କରିଛି । ଚୋର ଚୋର ମାଉସୀ ପୁଅ ଭାଇ ଭାଇ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି । ସାଂସଦ ରବୀନ୍ଦ୍ର ଜେନାଙ୍କ ଚିଟଫଣ୍ଡ ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତାପ ଷଡଙ୍ଗୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.