ହିଞ୍ଜିଳିରୁ ବିଜେପି ପ୍ରାର୍ଥୀ ହେଲେ ପୀତାମ୍ବର ଆଚାର୍ଯ୍ୟ : ନବୀନଙ୍କୁ ଦେବେ ଟକ୍କର
25/03/2019 at 2:11 PM
ଭୁବନେଶ୍ୱର ୨୫/୩ : ବିଜେପି ପୁଣି ଜଣିକିଆ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି | ଗଂଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି | ହିଞ୍ଜିଳିରୁ ବରିଷ୍ଠ ଆଇନଜୀବୀ ତଥା ଦଳର ଉପ ସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି |
ପୀତାମ୍ବର ଗତବର୍ଷ ହିଁ ବିଜେପିରେ ଯୋଗ ଦେଇଥିଲେ | ବିଜେପିରେ ଯୋଗ ଦେବାପରେ ପ୍ରଥମେ ସେ ମୁଖପାତ୍ର ଭାବେ ବିଭିନ୍ନ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ଟାର୍ଗେଟ କରି ଆସିଛନ୍ତି | ୨ ଦିନ ତଳେ ତାଙ୍କୁ ଉପ ସଭାପତି ଦାୟିତ୍ୱ ଦିଆଯାଇଥିଲା | ପୀତାମ୍ବର କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା | କିନ୍ତୁ ପୂର୍ବତନ ପୋଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେବାପରେ ତାଙ୍କୁ କଟକ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇଥିଲା | ଫଳରେ ପୀତାମ୍ବରଙ୍କୁ ଆଜି ଦଳ ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀକୁ କରିଛି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହିଞ୍ଜିଳି ସମେତ ବରଗଡ଼ ଜିଲ୍ଲାର ବିଜେପୁରରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି | ୨୦୦୦ ମସିହାରୁ ଅଦ୍ୟାବଧି ହିଞ୍ଜିଳିରୁ ସେ ଲଗାତାର ୪ ଥର ବିପୁଳ ଭୋଟରେ ନିର୍ବାଚନ ଜିତିଛନ୍ତି | ତେବେ ଚାଳିତଥର ପୀତାମ୍ବର ନବୀନଙ୍କୁ ଜୋରଦାର ଟକ୍କର ଦେବେ ବୋଲି ବିଜେପି ଆଶା କରିଛି |