ପ୍ରମାଣ ମାଗୁଥିବା ରାହୁଲ ଗାନ୍ଧୀଙ୍କ ବେକରେ ବମ୍ ବାନ୍ଧି ପାକିସ୍ତାନ ପଠାଇଦିଆଯାଉ ବୋଲି କହିଲେ ପଙ୍କଜା ମୁଣ୍ଡେ

Published By : Prameya-News7 Bureau | April 22, 2019 IST

ନୂଆଦିଲ୍ଲୀ ୨୨/୪: ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଥିବା ରାହୁଲ ଗାନ୍ଧୀଙ୍କ ବେକରେ ବମ୍ ବାନ୍ଧି ତାଙ୍କୁ ପାକିସ୍ତାନକୁ ପଠାଇ ଦିଆଯିବା ଉଚିତ୍। ମହାରାଷ୍ଟ୍ରର ଜାଲନାରେ ଏକ କାର୍ଯ୍ୟକ୍ରମରେ ପଙ୍କଜା କହିଛନ୍ତି ଯେ ଆଜିକାଲି ଯେକୈାଣସି ବ୍ୟକ୍ତି ଛିଡ଼ା ହୋଇଯାଉଛି ଏବଂ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛି ଯେ ସର୍ଜିକାଲ ଷ୍ଟ୍ରାଇକ୍ କେଉଁଠି ହେଲା ଏବଂ ଏଥିରେ କେତେ ଲୋକ ମରିଲେ।

{"id":106163,"width":594,"height":334}

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ଆର୍ମିକୁ ସନ୍ଦେହ କରୁଛନ୍ତି। ସୀମାରେ ଯେଉଁଭଳି  ଆମ ଭାରତୀୟ ସୈନିକ ସଂଘର୍ଷ କରୁଛନ୍ତି ସେହିଭଳି ଏହି ଲୋକମାନଙ୍କୁ ମଧ୍ୟ ଲୋକତନ୍ତ୍ରର ସିପାହୀଭଳି ଲଢ଼ିବା ଉଚିତ୍। ୨୦୧୬ମସିହାରେ ଜାମ୍ମୁ-କାଶ୍ମୀରର ଉରିଠାରେ ସୈନିକଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆମର ୨୦ଜଣ ଯବାନ ଶହିଦ ହୋଇଥିଲେ। ଏହି ଆକ୍ରମଣ ପରେ ଭାରତ ୨୦୧୬ମସିହା ସେପ୍ଟେମ୍ବର ମାସରେ ପିଓକେରେ ଆକ୍ରମଣ କରିଥିଲା ଏବଂ ଆତଙ୍କବାଦୀଙ୍କ କ୍ୟାମ୍ପକୁ ମୂଳପୋଛ କରିଥିଲା।

{"id":106164,"width":595,"height":365}

ବିଜେପିର ବରିଷ୍ଠ ନେତା ଗୋପିନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ମହାରାଷ୍ଟ୍ର ସରକାରରେ ଗ୍ରାମୀଣ ବିକାଶ ଏବଂ ବାଳ ବିକାଶ ମନ୍ତ୍ରୀ ଅଛନ୍ତି। ପଙ୍କଜା ମୁଣ୍ଡେଙ୍କ ଭଉଣୀ ପ୍ରୀତମ ମୁଣ୍ଡେ ଏଥର ବୀଡ଼ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ଅପ୍ରେଲ୍ ୧୮ତାରିଖରେ ମତଦାନ ହୋଇସାରିଛି।   

{"id":106165,"width":595,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.