ରାୟଗଡାଠାରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିରୋଧ କରି ବିଜେପି ନେତା ଥାନାରେ ଅଟକ

Published By : Prameya-News7 Bureau | January 26, 2021 IST

ରାୟଗଡା ୨୬।୧: ରାୟଗଡାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସ୍ଵାଧୀନତା ସଂଗ୍ରାମରେ ରାୟଗଡା ଜିଲ୍ଲାର ଅବଦାନ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ । ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ ବର୍ତ୍ତମାନ ପଦ୍ମ ପୁରସ୍କାର ପାଇଁ ମନୋନୀତ ହେବା ଏକ ଗର୍ବର ବିଷୟ ଏହି ଅଂଚଳ ପାଇଁ ବୋଲି କହିଥିଲେ । କରୋନା ଯୋଦ୍ଧାଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ । ତେବେ କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କୌଣସି ସାଧାରଣ ଲୋକଙ୍କୁ ଉତ୍ସବରେ ସାମିଲ ଅନୁମତି ମିଳିନଥିଲା ।

{"id":398671,"sizeSlug":"large","linkDestination":"none"}

ସେପଟେ ମନ୍ତ୍ରୀଙ୍କ ଗସ୍ତକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଏହାର ପ୍ରତିବାଦରେ ସୋମବାର ସନ୍ଧ୍ୟାରେ ଜିଲ୍ଲା ବିଜେପି ପକ୍ଷରୁ କପିଳାସ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ମଙ୍ଗଳବାର ସକାଳୁ ରାୟଗଡା ଟାଉନ ଥାନା ପୋଲିସ ଦୁଇ ଜଣ ବିଜେପି ନେତାଙ୍କୁ ନେଇ ଥାନାରେ ଅଟକ ରଖିଥିଲା । ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଓ ନଗର ସଭାପତି ଶ୍ୟାମ କୁମାର ଦାସଙ୍କୁ ଅଟକ ରଖିଥିଲା ପୋଲିସ । ଅଟକ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ମଧ୍ୟ ଥାନାରେ ବସିଥିଲେ । ମନ୍ତ୍ରୀ ଯିବାପରେ ଅଟକ ନେତାଙ୍କୁ ପୋଲିସ ଛାଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.