ବିପଦରେ ଉଦ୍ଧବ ! ଶିବସେନାରେ ବିଦ୍ରୋହ ନେଇ ଆଶାବାଦୀ ବିଜେପି, ରାଣେଙ୍କ ଦାବି ଦେଲା ଇନ୍ଧନ

Published By : Prameya-News7 Bureau | January 13, 2020 IST

ମୁମ୍ବାଇ ୧୩।୦୧- ତିନି ଭିନ୍ନ ଭିନ୍ନ ଆଦର୍ଶର ଦଳ ମାନଙ୍କୁ ନେଇ ଗଠିତ ମହାରାଷ୍ଟ୍ର ବିକାଶ ଅଗାଡି ସରକାର  ଭାଙ୍ଗିଯିବ । ବିଜେପି ଖୁବଶିଘ୍ର ସରକାରକୁ ଫେରିବ । ଏପରି ଦୃଢୋକ୍ତି କରିଛନ୍ତି  ବିଜେପି ସାଂସଦ ନାରାୟଣ ରାଣେ । ବଡ କଥାଟି ହେଲା  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ  ରାଣେ। ଏହା କହିବା ବେଳେ ସିଧାସଳଖ  ସେ ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କୁ ହିଁ ଟାର୍ଗେଟ କରିଛନ୍ତି । କହିଛନ୍ତି , ଶିବସେନାର ୫୬ ବିଧାୟକଙ୍କ ମଧ୍ୟରୁ ୩୫ ଅସନ୍ତୁଷ୍ଟ । କୌଣସି ମୂହୁର୍ତ୍ତରେ ଶିବସେନା ନେତା ଉଦ୍ଧବ ବିଦ୍ରୋହର ସମ୍ମୁଖାନ ହୋଇପାରିନ୍ତି ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ରାଣେ ।

{"id":210683,"width":577,"height":432,"sizeSlug":"large"}

ନାରାୟଣ  ରାଣେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ୨୦୦୫ ମସିହା ପର୍ଯ୍ୟନ୍ତ ଶିବସେନାରେ ଥିଲେ । ତାପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ଛାଡି ସେ ବିଜେପିକୁଆସିଲେ । ତେବେ ମଝିରେ ସେ  ମହାରାଷ୍ଟ୍ର ସ୍ବାଭିମାନ ପକ୍ଷ ନାମରେ ନିଜର ଏକ ଦଳ ଗଢିଥିଲେ । ପରେ ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯିବା ସହ ବିଜେପିରେ ଯୋଗ ଦେଇ ତାଙ୍କ ଦଳକୁ ବିଜେପିରେ ମିଶାଇ ଦେଇଥିଲେ । ଏବେ ସେ କହୁଛନ୍ତି ଶିବସେନାରେ ଅସନ୍ତୋଷ ଜେର । ଆଉ ସେହି ଆଧାରରେ  ମହାରାଷ୍ଟ୍ର  ବିକାଶ ଅଗାଡି ସରକାର ଏକ କ୍ଷଣସ୍ଥାୟୀ ସରକାର ବୋଲି ଯୁକ୍ତି ରଖିଛନ୍ତି  ନାରାୟଣ ରାଣେ ।

{"id":210684,"sizeSlug":"large"}

ରାଣେ କହିଛନ୍ତି , ବିଜେପିର ବର୍ତ୍ତମାନ ବିଧାନ ସଭାରେ ୧୦୫ ବିଧାୟକ ଅଛନ୍ତି । କିନ୍ତୁ ଶିବସେନାର ମାତ୍ର୫୬ ଜଣ । ତେବେ ସେଥିରୁ ୩୫ ବିଧାୟକ ଅସନ୍ତୁଷ୍ଚ ।  ଏହି  ଦାବି କରିଛନ୍ତି ଭେଟେରାନ ରାଜନେତା । ସଂଖା ଦୃଷ୍ଟିରୁ ବିଜେପି ଖୁବଶିଘ୍ର କ୍ଷମତାକୁଫେରିବ ବୋଲି ରାଣେ ଆଶାବାଦୀ । ଏହା ସହ ଉଦ୍ଧବଙ୍କୁ ସମାଲୋଚନା କରିଛନ୍ତି ରାଣେ । କହିଛନ୍ତି, ସରକାର ଗଢିବାକୁ  ମହାରାଷ୍ଟ୍ର ବିକାଶ ଅଗାଡିକୁ  ୫ ସପ୍ତାହ ଲାଗିଗଗଲା । ଶାସନ କରିବାକୁ ଆଉ କେତେ ଦିନ ଲାଗିବ ବୋଲି ପ୍ରଶ୍ନ କରିଛନ୍ତି ରାଣେ । ଏପରିକି ଉଦ୍ଧବଙ୍କ  ଅଭିଜ୍ଞତା ନଥିବା ମଧ୍ୟ କହିଛନ୍ତି ।

{"id":210685,"sizeSlug":"large"}

 ତେବେ ପୂର୍ବରୁ ମନ୍ତ୍ରୀ ପଦ ନେଇ ଅସନ୍ତୋଷ କାରଣରୁ ଶିବସେନା ବିଧାୟକ ଅବଦୁଲ୍ ସତ୍ତାର ଇସ୍ତାଫା ଗୁଜବ ହୋଇଥିଲା । ସେହିଭଳି କଂଗ୍ରେସର ତିନି ତିନି ଥର ବିଧାୟକ କୈଳାଶ ଗୋରାଣ୍ଟାୟଲ ମଧ୍ୟ ମନ୍ତ୍ରୀ ପଦ ନମିଳିବାରୁ ସମସ୍ତ ଦଳୀୟ ପଦରୁ ଇସ୍ତାଫା ଦେଇଥିଲେ । ଏହି ପରିପ୍ରେକ୍ଷେିରେ  ଏବେ ରାଣେଙ୍କ ବୟାନ ପୁଣି ଥରେ ମହାରାଷ୍ଟ୍ର ରାଜନୀତିକୁ  ସରଗରମ କରିଛି । ତେବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ରାଜଥାକରେ ଙ୍କ ସହ ବି ନେତା ଦେବେନ୍ଦ୍ର ପଡନବିଶ୍ଙ୍କ ବୁଝାମଣା । ଏମଏନଏସ୍- ବିଜେପି ମେଣ୍ଟ  ଶିବସେନାଖୁ ସମସ୍ୟା ହେବା ଆଶଙ୍କା ବି ରହିଛି । ତେବେ ଏନେଇ ରାଣେଙ୍କ ବକ୍ତବ୍ୟକୁ ନେଇ ଶିବସେନାପକ୍ଷରୁ ସେଭଳି କିଛି ପ୍ରତିକ୍ରିୟା ରଖାଯାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.