ଦୀପିକାଙ୍କୁ ଟାର୍ଗେଟ୍ କଲେ ବିଜେପି ନେତା ମନୋଜ ତିୱାରୀ: 'ଡ୍ରଗ୍ସ ନେବା ପରେ ଦେଶ ବିରୋଧୀଙ୍କୁ ସମର୍ଥନ କରନ୍ତି ଦୀପିକା'

Published By : Prameya-News7 Bureau | September 22, 2020 IST

ମୁମ୍ବାଇ ୨୨/୦୯ : ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ ସାମ୍ନାକୁ ଆସିବା ପରେ ଅନେକ ନେତା ବଲିଉଡକୁ ଟାର୍ଗେଟ କରିଛନ୍ତି । ଶିରୋମଣି ଅକାଲି ଦଳ ନେତା ମଞ୍ଜନ୍ଦର ସିଂହ ସିର୍ସା ଟ୍ୱିଟ କରି କହିଛନ୍ତି ଯେ ଦୀପିକା ପାଦୁକୋନ୍, କରଣ ଜୋହର ଏବଂ ମଧୁ ମଣ୍ଟେନା ଡ୍ରଗ୍ସ ନିଅନ୍ତି । ବିଜେପି ନେତା ମନୋଜ ତିୱାରୀ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ପୁରା ବଲିଉଡ ଏଥିରେ ଲିପ୍ତ ଅଛି । ସେଥିରୁ ବର୍ତ୍ତମାନ ଏକ ବର୍ଗ ନାଁ ହିଁ ସାମ୍ନାକୁ ଆସିଛି ବୋଲି ମନୋଜ ତିୱାରୀ କହିଛନ୍ତି ।

ମନୋଜ ତିୱାରୀ ଏକ ନ୍ୟୁଜ ଏଜେନ୍ସି ସହ କଥା ହୋଇ କହିଛନ୍ତି ଯେ,"କିଛି ଲୋକ ବଲିଉଡ ଉପରେ ପ୍ରଶ୍ନ ଚିହ୍ନ ଲଗାଇବାକୁ ଚାହୁଁଛନ୍ତି। କିନ୍ତୁ ଆମକୁ ଏହି ଷଡଯନ୍ତ୍ରରେ ପଡ଼ିବାର ନାହିଁ। ଯେଉଁମାନେ ଏଥିରେ ଲିପ୍ତ ଅଛନ୍ତି ସେମାନଙ୍କ ଯାଞ୍ଚ କରାଯାଉ ଏବଂ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। କାରଣ ଏମାନେ ଭାରତର ଶୃଙ୍ଗାର ବଲିଉଡ ଉପରେ ଦାଗ ଲଗାଇଛନ୍ତି। ବଲିଉଡର ବଡ ବଡ କଳାକାର ମଧ୍ୟ ଚିନ୍ତିତ ଅଛନ୍ତି। ଏହା ଆଗାମୀ ଯୁବପିଢୀଙ୍କୁ ଭୁଲ ସନ୍ଦେଶ ଦେଉଛନ୍ତି।"

{"id":333017,"sizeSlug":"large"}

ଡ୍ରଗ୍ସ ପାଇଁ ଏମାନେ ନିଜ ସହ ଦେଶର ଯୁବପିଢୀଙ୍କୁ ମଧ୍ୟ ଦେଶ ବିରୋଧୀ ଗତିବିଧିରେ ସାମିଲ କରୁଛନ୍ତି । ଯେଉଁଠାରୁ ଡ୍ରଗ୍ସ ଆସୁଛି ସେମାନଙ୍କ ବିଚାର ମଧ୍ୟ ସେହିଭଳି ହୋଇଯାଏ । ଦାୟିତ୍ୱବାନ ଲୋକ ସାମ୍ନାକୁ ଆସି ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ସ୍ୱର ଉଠାଇବା ଉଚିତ ବୋଲି ମନୋଜ ତିୱାରୀ କହିଛନ୍ତି । ଡ୍ରଗ୍ସ ପାଇଁ ବଲିଉଡର ଛବି ଖରାପ ହେଉଛି ।

ମନୋଜ ତିୱାରୀ କହିଛନ୍ତି ଦୀପିକା ପାଦୁକୋଣ ଡ୍ରଗ୍ସ ସେବନ କରନ୍ତି ଏବଂ ସେବନ କରିବା ପରେ ତା ପ୍ରଭାବରେ ଦେଶ ବିରୋଧୀ ଲୋକଙ୍କୁ ସମର୍ଥନ କରନ୍ତି । ଏବେ ପତା କରିବାକୁ ପଡିବ ଯେ ଡ୍ରଗ୍ସ ନେବା ପରେ ବିଚାରଧାରା ବି ଦେଶ ବିରୋଧୀ ହୋଇଯାଏ କି ? ଏହାପରେ ମନୋଜ ଦୀପିକାଙ୍କ ଜେଏନୟୁର କଥିତ ଟୁକଡା ଗ୍ୟାଙ୍ଗକୁ ମଧ୍ୟ ଟାର୍ଗେଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.