Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା : ଶିବରାଜ କହିଲେ ଏଇଟା କ’ଣ କଂଗ୍ରେସର ପରିବର୍ତ୍ତନ ?

ଭୋପାଲ ୨୦/୧ : ମଧ୍ୟପ୍ରଦେଶରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି | ମୃତ ବିଜେପି ନେତା ହେଲେ ମନୋଜ ଠାକରେ | ତାଙ୍କ ମୃତଦେହ ବଲବାଡ଼ି- ସେଂଢ଼ୱା ରାସ୍ତାରୁ ମିଳିଛି | ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଥିବ ଜଣାପଡିଛି | ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି | ଗତ ୪ ଦିନ ମଧ୍ୟରେ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି | ଏହା ପୂର୍ବରୁ ମନ୍ଦସଉରରେ ବରିଷ୍ଠ ବିଜେପି ନେତା ତଥା ନଗର ପାଳିକା ଅଧ୍ୟକ୍ଷ ପ୍ରହ୍ଲାଦ ବନ୍ଦବାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା | ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା | ଗତ ୪ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ୨ଜଣ ବିଜେପି ନେତାଙ୍କୁ ହତ୍ୟା କରାଯିବା ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇପାରେ |


ବିଜେପି ନେତାଙ୍କୁ ହତ୍ୟା ପରେ ମର୍ମାହତ ହୋଇ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି ଯେ, କଂଗ୍ରେସ ପରିବର୍ତ୍ତନର କଥା କହୁଛି | ଏଇଟା କଣ ପରିବର୍ତ୍ତନ | ରାଜ୍ୟରେ ଗୋଟିଏ ପରେ ଗୋଟିଏ ନେତାଙ୍କୁ ହତ୍ୟା କରାଯାଉଛି | ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଏବଂ ବ୍ୟବସ୍ଥା ସମ୍ପୂର୍ଣ ଢିଲା ହୋଇଯାଇଛି | ତେବେ ବିଜେପି ନେତାଙ୍କ ହତ୍ୟା ପଛରେ ଏକ ବଡ ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି | ଘଟଣା ସିବିଆଇ ତଦନ୍ତ ହେବ ଦରକାର ବୋଲି ଶିବରାଜ କହିଛନ୍ତି | ଏଭଳି ହତ୍ୟାକାଣ୍ଡରେ ରୋକ ଲଗାଇବା ପାଇଁ ସେ ସରକାରଙ୍କୁ କହିଛନ୍ତି | ନଚେତ ବିଜେପି ରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ମନୋଜ ଠାକରେ ସକାଳୁ ମର୍ନିଙ୍ଗୱାକ ପାଇଁ ଯାଇଥିଲେ |ସେତେବେଳେ ତାଙ୍କୁ ହତ୍ୟା କରାଯାଇଛି । ମୃତଦେହ ପାଖରେ ପଥର ପଡିଥିବା ପୋଲିସ କହିଛି | ସେହି ପଥରରେ ଛେଚି ମନୋଜଙ୍କୁ ହତ୍ୟା କରାଯାଇଥିବ ପୋଲିସ ସନ୍ଦେହ କରୁଛି |ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି |

260 Views

   ସମ୍ବନ୍ଧିତ ଖବର