ନଦୀରେ ଗାଧେଇବା ସମୟରେ ଭାସି ଯାଇଥିଲେ ବିଜେପି ନେତା, ୫ଦିନ ପରେ ପଡୋଶୀ ରାଜ୍ୟରୁ ମିଳିଲା ମୃତଦେହ

Published By : Prameya-News7 Bureau | July 16, 2020 IST

ସିଲାଇ ୧୬/୦୭ : ଟ୍ରୋନ୍ସ ନଦୀରେ ବୁଡି ଯାଇଥିବା ବିଜେପି ନେତାଙ୍କ ମୃତଦେହ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡରୁ ଉଦ୍ଧାର ହୋଇଛି | ନଦୀ ବୁଡି ଯିବାର ୫ ଦିନ ପରେ ନେତାଙ୍କ ମୃତଦେହ ଡ୍ୟାମରୁ ଉଦ୍ଧାର ହୋଇଛି | ମାମଲା ହିମାଚଳ ପ୍ରଦେଶ ସିରମୋୖର ଜିଲ୍ଲା ସିଲାଇ ଅଞ୍ଚଳର | ରବିବାର ଅପରାହ୍ନରେ ଟ୍ରୋନ୍ସ ନଦୀ ବିଜେପି ନେତା ନିଖୋଜ ହୋଇଯାଇଥିଲେ | ସିଲାଇ ବିଜେପି ମଣ୍ଡଳର ଉପାଧ୍ୟକ୍ଷ ମହେନ୍ଦ୍ର ସିଂହ ନେଗୀଙ୍କ ମୃତଦେହ ଆଜି ଉତ୍ତରାଖଣ୍ଡ ଈଛାଡି ଡ୍ୟାମରୁ ଉଦ୍ଧାର ହୋଇଛି | ରବିବାର ଅପରାହ୍ନରେ ମହେନ୍ଦ୍ର ସିଂହ ନେଗୀ ନିଜ ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଟ୍ରୋନ୍ସ ନଦୀ ଯାଇଥିଲେ | ଗାଧୋଇବାବେଳେ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇ ନିଖୋଜ ହୋଇଯାଇଥିଲେ | ୪ ଦିନ ହେଲା ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଥିଲା | କିନ୍ତୁ ଆଜି ଉତ୍ତରାଖଣ୍ଡରୁ ତାଙ୍କର ଶବ ଉଦ୍ଧାର ହୋଇଛି |

{"id":301210,"sizeSlug":"large"}

ପାଵଟା ସାହିବ ଡ଼ିଏସପି ବୀର ବହାଦୁର କହିଛନ୍ତି, ଶବକୁ ଚିହ୍ନଟ କରାଯିବ ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ | ସୂଚନାଯୋଗ୍ୟ ଯେ ବୁଧବାର ଦିନ ଯମୁନା ନଦୀରେ ବୁଡି ଏକ ୯ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା | ଶିଶୁର ଶବ ବୁଧବାର ଦିନ ଉଦ୍ଧାର କରାଯାଇଥିଲା |

{"id":301211,"sizeSlug":"large"}

ପୂର୍ବତନ ବିଧାୟକ ବଳଦେବ ତୋମର ରବିବାର ଦିନ ମହେନ୍ଦ୍ର ସିଂହ ନିଖୋଜ ହେବାପରେ ତାଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଥିଲେ | କିନ୍ତୁ ଅଧିକାରୀ ସ୍ଥରରେ ଏହା ସ୍ପଷ୍ଟ ହୋଇନଥିଲା | ନଦୀକୂଳ ଡ୍ୟାମରେ ମୃତଦେହ ଭାସୁଥିବାର ଦେଖି ଲୋକେ ସୂଚନା ଦେଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.