କୋଭିଡ ଭାକସିନେସନ ସେଣ୍ଟରରେ ବାର୍ଥ ଡେ ସେଲିବ୍ରେସନ : ଚର୍ଚ୍ଚା ପରେ କ୍ଷମା ମାଗିଲେ ମଧ୍ୟପ୍ରଦେଶ ବିଜେପି ନେତ୍ରୀ

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬/୬ : ସାରା ଦେଶରେ କରୋନା ସଂକଟରୁ ବର୍ତ୍ତିବାକୁ ସବୁଠି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଯେହେତୁ ମହାମାରୀରୁ ରକ୍ଷା ପାଇବାକୁ ଅନ୍ୟ କୌଣସି ଉପାୟ ନାହିଁ ସେଥିପାଇଁ ଟିକାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ତେବେ ଏହାରି ଭିତରେ ଟିକାକରଣ କେନ୍ଦ୍ରରେ ବିଜେପି ନେତ୍ରୀ ନିଜର ଜନ୍ମଦିନ ସେଲିବ୍ରେସନ କରିବା ନେଇ ଜୋର ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହିଳା ନେତ୍ରୀଙ୍କ ବାର୍ଥ ଡେ ସେଲିବ୍ରେସନ ଭିଡିଓ ।

ଭିଡିଓରେ ଦେଖିବାକୁ ମିଳୁଛି ବିଜେପି ନେତ୍ରୀ ମାଧୁରୀ ଜୟସ୍ୱାଲ ଟିକାକରଣ କେନ୍ଦ୍ରରେ କିପରି କେକ୍ କାଟୁଛନ୍ତି । କେବଳ ସେତିକି ନୁହେଁ ତାଙ୍କ ପାଖରେ କିଛି କର୍ମୀ ବି ଛିଡା ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା କେହି ବି ସାମାଜିକ ଦୂରତାକୁ ମାନିନଥିଲେ । ଏହାସହ କେକ୍ କାଟିବା ସମୟରେ କାହାରି ମୁହଁରେ ମାସ୍କ ବି ନଥିଲା । ଏସବୁ ଘଟଣା କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା ।

wp:html /wp:html

ଏହାକୁ ନେଇ ଜୋରଦାର ଚର୍ଚ୍ଚା ବି ହୋଇଥିଲା । ତେବେ ବିଜେପି ନେତ୍ରୀ ମାଧୁରୀ ଜୟସ୍ୱାଲ ଏକଥା ଜାଣିବା ପରେ ନିଜେ କ୍ଷମା ମାଗିଛନ୍ତି । ସେ କହିଛନ୍ତି କର୍ମୀମାନେ ଉତ୍ସାହର ସହ ଜନ୍ମଦିନ ପାଳିଥିଲେ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.